ଜଗା ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

ପୁରୀ: ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠାରୁ ଲାଗୁ ହେବ ଏହି  ନୂଆ ଗାଇଡଲାଇନ । ତେବେ ପବିତ୍ର ଦଶହରା ପାଇଁ ଅର୍ଥାତ  କାଲି ବନ୍ଦ ରହିବ ଶ୍ରୀମନ୍ଦିର। ଶନିବାର ଗୋଷାଣି ଭସାଣି ପାଇଁ ଦିନ ୧୨ଟାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାଯାଇଛି।ଏହାଛଡ଼ା ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ।
ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ। ତେବେ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ। ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ତେବେ ଅନ୍ୟଦିନମାନଙ୍କରେ ପୂର୍ବଭଳି ଶ୍ରଦ୍ଧାଳୁମାନେ ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ। ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ। ନତୁବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ। କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ।

Advertisement

Leave a Reply

Your email address will not be published. Required fields are marked *