ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ହେଲେ ଅଜୟ କୁମାର

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିରପେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ଭାବେ ଡ.ଅଜୟ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ପ୍ରଭାରୀ ଥିବା ଚେଲା କୁମାରଙ୍କ ସ୍ଥାନ ଡ.ଅଜୟ କୁମାର ନେଇଛନ୍ତି। ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଚେଲା କୁମାର ହେଲେ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

Advertisement

Leave a Reply

Your email address will not be published. Required fields are marked *