ଡବ୍ଲ୍ୟୁଟିସି ଫାଇନାଲ୍: ଟସ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଲଞ୍ଚ ବ୍ରେକ ସୁଧା ଭାରତର 69/2

ସାଉଥାମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉଭୟ ଦଳ ମ୍ୟାଚ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଲଞ୍ଚ ବ୍ରେକ ସୁଧା  ଭାରତୀୟ ଦଳର ଶୁଭମାନ ଗିଲ ଓ ରୋହିତ ଶର୍ମା ଙ୍କ  ୱିକେଟ ହରାଇ ୬୯ ସଂଗ୍ରହ କରିଛି ।

୧୮ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବାର ଥିଲା । ହେଲେ ବର୍ଷା ଯୋଗୁଁ ଟସ ବି ପଡିନଥିଲା । ସାଉଥାମ୍ପଟନ୍‌ରେ ଲଗାତାର ବର୍ଷା ଯୋଗୁଁ ମ୍ୟାଚ ଅନୁଷ୍ଠିତ ହୋଇ ପାରୁନଥିଲା । ହେଲେ ଆଜି ପାଗ ଶୁଖିଲା ହେବା ଲାଗି ମ୍ୟାଚ ଆରମ୍ଭ ହୋଇଛି ।ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା ମିଳିଛି । ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉଠିଛି ନ୍ୟୁଜିଲାଣ୍ଡ ଦଳ । ତେଣୁ ଏହା ଭାରତର ଚିନ୍ତା ବଢାଇ ଦେଇଛି । ସେପଟେ ଭାରତ ମଧ୍ୟ ଅଭିଜ୍ଞ ଦଳକୁ ନେଇ ବେଶ ଦୃଢ ରହିଛି 

Leave a Reply

Your email address will not be published. Required fields are marked *