ଅଟକିଲା ଅଧକ୍ଷାଙ୍କ ବିରୋଧରେ ହେବାକୁଥ‌ିବା ଅନାସ୍ଥା ଭୋଟ, ଘଟଣା କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥ‌ିବା ଅନାସ୍ଥା ପ୍ରସ୍ତାବ ଉପରେ ୧୪ ତାରିଖ ଭୋଟ ଗ୍ରହଣ କରାଯିବାକୁ ଧାର୍ଯ୍ୟ ହୋଇଥିବା ଅନାସ୍ଥା ଆଣିଥିବା ଉପାଧ୍ୟକ୍ଷ ଗୋଷ୍ଠୀ ଶେଷ ମୁହୂର୍ଭରେ ଓହରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଯାହାକୁ ନେଇ  ରାଜନୈତିକ ମହଲ ରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କୋରମ ପାଇଁ ନିର୍ଦ୍ଧାରିତ ସଂଖ୍ୟା ହେଉ ନ ଥ‌ିବାରୁ ଉପାଧ୍ୟକ୍ଷ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ୱ ସରପଞ୍ଚ ଓ ସମିତି ସଭ୍ୟ ଅସୁସ୍ଥତା ଆଳରେ ଅନାସ୍ଥା ଭୋଟ ସ୍ଥଗିତ ରହିଲା ବୋଲି କୁହାଯାଉଥିବା  ଜଣାପଡ଼ିଛି। ଏହାକୁ ନେଇ ହିନ୍ଦୋଳ ଉପଖଣ୍ଡରେ ଚର୍ଚ୍ଚା ଜୋର ଧରିଛି।ଘଟଣା ପଛରେ କାହାର ହାତ ବୋଲି ଲୋକେ ଆଲୋଚନା କରୁଛନ୍ତି।

    ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଅଧ୍ୟକ୍ଷା ତାଙ୍କ ସମର୍ଥକ ୨୫ ସରପଞ୍ଚ, ସମିତି ସଭ୍ୟଙ୍କୁ ଧରି ରାଜ୍ୟ ବାହାରକୁ ପଳାଇଥିବା ଆଲୋଚନା ହେଉଥ‌ିବା ବେଳେ କୋରମ ପାଇଁ ସଂଖ୍ୟା ନ ହେବାରୁ ଏହି ନାଟକବାଜି ହୋଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଅଧ୍ଯକ୍ଷା ସସ୍ମିତା ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ହିନ୍ଦୋଳ ଉପଜିଲ୍ଲାପାଳ ଅକ୍ଟୋବର ୧୪ରେ ଏହା ଉପରେ ଭୋଟିଂ କରାଇବା ପାଇଁ ନୋଟିସ ଜାରି କରିଥିଲେ | ମାତ୍ର ପ୍ରସ୍ତାବିତ ଭୋଟିଂର ଠିକ୍ ପୂର୍ବଦିନ ଅନାସ୍ଥା ଆଗତ କରିଥିବା ଗୋଷ୍ଠୀର ୧୧ ସଦସ୍ୟଙ୍କ ଦେହ ଖରାପ ବୋଲି ଦର୍ଶାଯିବାରୁ ଭୋଟିଂକୁ ସ୍ଥଗିତ ରଖାଯାଇଛି । ତେବେ ସମାନ ସମୟରେ କିଭଳି ସମସ୍ତେ ଆସୁସ୍ତ ହୋଇଗଲେ ନା ଘଟଣା ପଛରେ ଆଉ କଣ କାରଣ ରହିଛି ତାକୁ ନେଇ ଲୋକେ ଆଲୋଚନା କରୁଛନ୍ତି।  ଏଭଳି ମଧ୍ୟ  ଚର୍ଚ୍ଚା ହେଉଛି କି ଏହି ସମୟରେ ଅନାସ୍ଥା ଆଗତ କରିଥିବା ଗୋଷ୍ଠୀ ସଂଖ୍ୟା ଯୋଗାଡ଼ କରିବା ରେ ବିପ୍ଳବ ହେବା ରୁ ପରବର୍ତ୍ତୀ ସମୟ ପାଇଁ ଉଦ୍ୟମ କରିବେ ଏବଂ ସଂଖ୍ୟା ହୋଇଗଲେ ସୁବିଧା ଅନୁଯାୟୀ ପୁଣି ପ୍ରଶାସନ ମାଧ୍ୟମରେ ଭୋଟିଂ ତାରିଖ ନିର୍ଦ୍ଧାରଣ କରିବେ ବୋଲି ଅଧକ୍ଷ ଙ୍କ ଗୋଷ୍ଠୀ ର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଘଟଣା ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *