ଶ୍ରୀମନ୍ଦିରକୁ ଜୁନ୍ ୧୫ ଯାଏଁ ଭକ୍ତଙ୍କ ପ୍ରବେଶ ମନା ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଛିଡା ହେଲା କରୋନା । ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ପ୍ରଭୁଙ୍କ ଦର୍ଶନ ମନା । ଏନେଇ ରୋକ ଲଗାଇଛି ପ୍ରଶାସନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଅବଧି ବୃଦ୍ଧି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସୀମିତ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ପୂର୍ବ ଭଳି ଜାରି ରହିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *