ଭୁବନେଶ୍ବର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଜନସାଧାରଣଙ୍କୁ ଏକ ନିବେଦନ କରିଛି। ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି , ତେଣୁ ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଅନ୍ୟପଟେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡ଼ାକଡ଼ି କରିବା ସହ ଭିଡ଼ ନକରିବାକୁ କହିଛନ୍ତି.
Related Posts
ଭଦ୍ରକ- ଖଡଗପୁର ମେମୁ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସ୍ଵର ବ୍ୟୁରୋ: ମେମୁ ଟ୍ରେନରେ ଲାଗିଲା ନିଆଁ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ । ବାଲେଶ୍ବର ଜିଲ୍ଲା ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନର…
ପିପିପି ମୋଡ୍ରେ ପ୍ରତିଷ୍ଠା ହେବ ୫ ଅତ୍ୟାଧୁନିକ ଡାକ୍ତରଖାନା
ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ୍ ନୀତି ଆଧାରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ପ୍ରଥମ ଥର ପାଇଁ ପିପିପି…
ଡେରେଜାଙ୍ଗ ପାଣିରେ ଭାସି ଯାଉଥିଲେ ଯୁବକ: ଦେବଦୁତ୍ତ ସାଜି ଉଦ୍ଧାର କଲେ ଗ୍ରାମବାସୀ
ଅନୁଗୋଳ: ଲଘୁଚାପ ଜନିତ ବର୍ଷାରେ ପୁରିଛି ଅନୁଗୋଳ ର ଡେରେଜାଙ୍ଗ ଡ୍ୟାମ । ଫଳରେ ଜଳନିଷ୍କାସନ ଜାରି ରହିଛି । ଡେରେଜାଙ୍ଗ ଡ୍ୟାମ ର ଜଳ ଯୋଗୁଁ…