ବିଜୁଳି ଉତ୍ପାଦନରେ ଶ୍ରେଷ୍ଠ ୧୦ଟି ପ୍ଲାଣ୍ଟ ମଧ୍ୟରୁ ୭ମ ରେ NTPC କଣିହାଁ ୟୁନିଟ .

ଅନୁଗୋଳ :ଏନଟିପିସି ବର୍ତମାନ କେବଳ ଥର୍ମାଲ ପାୱାର ଉତ୍ପାଦନରେ ସୀମିତ ହୋଇ ରହି ନାହିଁ। ପ୍ରଦୂଷଣ ମାତ୍ରା କମାଇବା ଏବଂ କୋଇଲା ସଂରକ୍ଷଣ କରିବାକୁ ଜଳ ବିଦ୍ୟୁତ ଏବଂ ସୌର ବିଦ୍ୟୁତ ଉତ୍ପାଦନ ଆରମ୍ଭ କରି ସଫଳତା ପାଇଛି। ବାହାର ରାଜ୍ୟ ଗୁଡିକରେ ଏବେ ଜଳ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛି। ଅନୁଗୋଳ ଜିଲା କଣିହାଁ ଠାରେ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ମଧ୍ୟ ଆରମ୍ଭ କରିଛି। ବର୍ତମାନ କଣିହାଁରେ ୩୬୦କିଲୋୱାଟ ସୌର ବିଦ୍ୟୁତ ଉତ୍ପାଦନ ହେଉଛି। ଆଗକୁ ଆଉ ୫୦୦କିଲୋୱାଟ ସୌର ଶକ୍ତି ବିଦ୍ୟୁତ ଉତ୍ପାଦନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି ବୋଲି ଏନଟିପିସି ସିଜିଏମ ସୁଦୀପ ନାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନଟିପିସି ସାରା ଦେଶରେ ଅଧିକ ବିଦ୍ୟୁତ ଉତ୍ପାଦନ କରୁଥିବା ଶ୍ରେଷ୍ଠ ୧୦ଟି ପ୍ଲାଣ୍ଟ ମଧ୍ୟରୁ ୭ମ ସ୍ଥାନ ଅଧିକାର କରିଛି। ପ୍ରତିବର୍ଷ ଉତ୍ପାଦନ ବୃଦ୍ଧି ପାଉଛି। ତେଣୁ ଏନଟିପିସି କେବଳ ଉତ୍ପାଦନକୁ ଗୁରୁତ୍ୱ ନଦେଇ ସୁସ୍ଥ ପରିବେଶ ଏବଂ ସାମାଜିକ ଦାୟିତ୍ୱବୋଧକୁ ଅଧିକ ଗୁରୁତ୍ୱ ଦେଇ ଆସୁଛି। ତେଣୁ କାରଖାନାରୁ ନିର୍ଗତ ପାଉଁଶର ସଠିକ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।

ଜାତୀୟ ରାଜପଥ ନିର୍ମାଣ ପାଇଁ ବହୁ ପରିମାଣର ପାଉଁଶ ଯୋଗାଇ ଦିଆ ଯାଉଛି। ପାଉଁଶରୁ ଇଟା ତିଆରି ପାଇଁ ସାରା ଦେଶରେ ପ୍ରୋତ୍ସାହନ ଦିଆ ଯାଉଛି। ଖାଲି ହୋଇଥିବା  କୋଇଲା ଖଣିରେ ପାଉଁଶ ଭର୍ତି କରିବାକୁ ଏମ୍ସିଏଲ ସହ ଚୁକ୍ତି ହୋଇଛି । ପାରିପାର୍ଶ୍ବିକ ଅଞ୍ଚଳ ଗୁଡିକରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି। ତେଣୁ ଆଗାମୀ ଦିନରେ ଏନଟିପିସି ଆହୁରି ସଫଳ ହୋଇ ପାରିବ ବୋଲି ମଧ୍ୟ ସୁଦୀପ ନାଗ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଶିଭମ ଶ୍ରୀବସ୍ତାଵ, ଏସ.ମୁରୁଗାନ, ସରିତ ମାହେଶ୍ୱରୀ ଏବଂ ରାଜନିସ ରାସ୍ତଗି ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *