ଗ୍ରାମାଞ୍ଚଳରେ ରେ ରାସ୍ତା ପାର୍ଶ୍ୱ ଆଲୋକୀକରଣ ପାଇଁ ଏବେ ଅଣ୍ଟା ଭିଡ଼ିଛି ଏନଟିପିସି । ଏନଟିପିସି ର କଣିହାଁ ୟୁନିଟି ପକ୍ଷରୁ ଅନୁଗୋଳ ଜିଲ୍ଲାର କଣିହାଁ ଅଂଚଳରେ ଥିବା ପ୍ଲାଣ୍ଟ ର ପାରିପାର୍ଶ୍ବିକ ଗାଁ ଗୁଡିକରେ ରାସ୍ତା ପାର୍ଶ୍ୱ ଆଲୋକୀକରଣ କରିଛି। ଏଥିପାଇଁ ପାରମ୍ପରିକ ଶକ୍ତି ସମ୍ପଦ କୁ ବ୍ୟବହାର କରିବା ଉଦ୍ଧେଶ୍ୟରେ ରେ ଗାଁ ଗୁଡିକରେ ସୋଲାର ଷ୍ଟ୍ରିର୍ଟ ଲାଇଟ ଲାଗିଛି। ଓଡିଶା ନବୀକରଣ ଯୋଗ୍ୟ ଶକ୍ତି ବିକାଶ ଏଜେନ୍ସି (OREDA) ଙ୍କ ସହଯୋଗରେ ଏନଟିପିସି ତାଲଚର କଣିହାଁ ପକ୍ଷରୁ ପେରିଫେରାଲ ଗ୍ରାମରେ 150 ଟି ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି।

ବିଜାଇଗୋଲ, ରଙ୍ଗବେଡା, ଡେରଙ୍ଗ, ଗାଡାସିଲା, ଟାକୁଆ, ମାସୁନିହାଟା, ଅମ୍ବାପାଲ ଇତ୍ୟାଦି 37 ରୁ ଅଧିକ ଗାଁର ରାସ୍ତାକୁ ଆଲୋକିତ କରିବ। ଭାରତର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଶକ୍ତି ସୁନିଶ୍ଚିତ କରିବା ପାଇଁ NTPC ତାଲଚର କଣିହାଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି