ସିବିଏସଇ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲଚଳିତ ବର୍ଷ ଶୈକ୍ଷିକ ଉପଲବଧି କ୍ଷେତ୍ରରେ ଆଉ ଏକ କୀର୍ତି ସ୍ତମ୍ଭ ହାସଲ କରିଅଛି l ଏହି ସ୍କୁଲର ଛାତ୍ର ଛାତ୍ରୀମାନେଚଳିତ ବର୍ଷର  ସିବିଏସଇ ଦଶମ ଏବଂ ଦ୍ଵାଦଶ (ବିଜ୍ଞାନ ଏବଂ ବାଣିଜ୍ୟ) ବୋର୍ଡ ପରୀକ୍ଷାରେ ଦୃଷ୍ଟାନ୍ତ ମୂଳକ ନମ୍ବର ହାସଲ କରିଛନ୍ତି lଦ୍ଵାଦଶ ବୋର୍ଡବିଜ୍ଞାନ ପରୀକ୍ଷାରେ ସୋହମ ସାହୁ (୯୮.୨୦%), ଶୃତି ଦାସ (୯୫.୨୦%), ଜାହ୍ନବୀ ପ୍ରିୟଦର୍ଶିନୀ  (୯୫.୨୦%), ଆଶିଷ ପ୍ରଧାନ (୯୪.୬%) ଏବଂଦ୍ଵାଦଶ ବାଣିଜ୍ୟ ବିଭାଗରେ ଖୁସି ବର୍ମା (୮୮.୨୦%) ଏବଂ ଅନନ୍ୟା ଶର୍ମା (୮୫.୨୦%) ମାର୍କ ହାସଲ କରିଅଛନ୍ତି lସେହି ଭଳି ଦଶମ ବୋର୍ଡ ପରୀକ୍ଷାରେ ପ୍ରେରଣା ବୋଥ୍ରା (୯୮.୮%), ଅଭିଲିପସା ପଟ୍ଟନାୟକ (୯୮%) ଏବଂ ରିୟା (୯୬.୮%) ମାର୍କ ହାସଲ କରିଅଛନ୍ତି l

Advertisement

ଏହି ଅବସରରେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ଏବଂ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ନିଜ ଜୀବନର ଈପ୍ସିତ ସ୍ଵପ୍ନ ହାସଲ ପାଇଁ କଠିନ ପରିଶ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l

ଏଥି ସହିତ ଓ.ପି. ଜିନ୍ଦଲ ସ୍କୁଲ ଏହି ଉଚ୍ଚ ମାର୍କ ସ୍କୋର କରିବା ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ସିବିଏସଇବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ପାସ ହାର ମଧ୍ୟ ହାସଲ କରି ଅଛନ୍ତି lଏହି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ଓ.ପି. ଜିନ୍ଦଲ ସ୍କୁଲ ଅଧ୍ୟକ୍ଷ ଶ୍ରୀ ଅତନୁ କୁମାର ରଥ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିବା ସହ ଛାତ୍ର ଛାତ୍ରୀଙ୍କ ଏହି ଉପଲବଧିରେ  ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ତମ୍ଭ ଭାବେ ସଂପୂର୍ଣ ଶିକ୍ଷା ବର୍ଷରେ ଦିଗ ଦର୍ଶନ ପ୍ରଦାନ କରିଥିଲେ ବୋଲି ପ୍ରକାଶ କରିଥିଲେ l

ଏହି ସମ୍ବର୍ଦ୍ଧନା ସଭା ଅବସରରେ ଶ୍ରୀ ଅତନୁ କୁମାର ରଥ କହିଥିଲେ ଯେ, ପରିଚାଳନା କମିଟି ଏବଂ ଏହାର ସଦସ୍ୟଙ୍କ ନିରନ୍ତର ପ୍ରେରଣା ଏବଂ ସଶକ୍ତିକରଣ ବିଦ୍ୟାଳୟର ବିକାଶରେ ସକ୍ରିୟ ଭୂମିକା ବହନ କରିଥାଏ lସ୍କୁଲ ଅଧ୍ୟକ୍ଷ ସମସ୍ତ ଅଭିଭାବକଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସେମାନଙ୍କର ଲଗାତାର ଭାଗିଦାରୀ ନିମନ୍ତେ ଧନ୍ୟବାଦ ପ୍ରଦାନ କରିବା ସହ ସେମାନଙ୍କ ବିନା ସହଯୋଗରେ ଏହି କୀର୍ତିମାନ ହାସଲ କରିବା ଏତେଟା ସହଜ ହୋଇ ନ ଥାନ୍ତା ବୋଲି ପ୍ରକାଶ କରିଥିଲେ l ବର୍ତମାନ ଓ.ପି. ଜିନ୍ଦଲ ସ୍କୁଲ ଅନୁଗୋଳ ପରିବାର ଆଗାମୀ ଉପଲବଧି ନିମନ୍ତେ ସମସ୍ତ ଅଭିଭାବକ ଏବଂ ଶୁଭେଛୁଙ୍କ ଆଶୀର୍ବାଦ ଏବଂ ଶୁଭକାମନା ଚାହୁଁଛି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *