||ଓଡ଼ିଆ ପୁଅ ||

ଓଡ଼ିଆ ପୁଅ

ଦିଅଁ ମୋର ଜଗନ୍ନାଥ
ପୁଣି ଅଧା ଗଢ଼ା ତାର ହାତ
ତାର ପତିତପାବନ ନେତ
ଜଗତ ଭିତରେ ଗୋଟିଏ ଦେବତା
ସେଠି ଭୋଗ ହୋଇ ଥାଏ ଭାତ ।।
ସାଗର କୂଳେ ମୋ ଘର
ଏଠି ବହେ ମହାନଦୀ ଝର
ପାଇ ଅଛୁ ଆମେ ସିନା ବର
କୂଳରେ କୂଳରେ କେତେ ଯେ ସହର
ପୁଣି କେତେ ଯେ ମହାନଗର
ଭାବୁଛି ଓଡ଼ିଆ ଆଜି
ମହାନଦୀ ଯିବ ସତେ ହଜି
ପୁଣି ଓଡ଼ିଶାର କୀର୍ତ୍ତିରାଜି
ଆଜି ଉତ୍କଳ ଦିବସ ହେଜି
ନିଶ୍ଚେ ଜିତିବାକୁ ହେବ ବାଜି
ମଥାରେ ତା ମାଟି ଟିକା..
ଦିନେ ଆସିବ ନିଶ୍ଚେ ମଉକା
ତୋର ପୂରୁବ ଗୌରବ ଦେଖା
କର ଭାଷା ସଂସ୍କୃତିର ରକ୍ଷା
ଦେଖି ଏ ଜାତିର ସବୁଜ ବିଭବ
ସାରା ସଂସାର ହେବ ତଟକା…

ତପନ ପ୍ରଧାନ,ବିଳାଶୁଣି ,କଟକ ।।

Advertisement

Leave a Reply

Your email address will not be published. Required fields are marked *