ବାଲେଶ୍ଵର ଗସ୍ତ ରେ ରାଜ୍ୟ ପ୍ରଶାସନର ମୁଖିଆ: ବିକାଶଧାରା କୁଆଗେଇ ନେବାକୁ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା .

 ବାଲେଶ୍ଵର :ବାଲେଶ୍ଵର ସଦର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ ବାଲେଶ୍ଵର ବିକାଶ ପାଇଁ ନିଜେ ଦାୟିତ୍ୱ ନେବେ ବୋଲି କହିଥିଲେ। ସେଥିପାଇଁ ଆଜି ସକାଳେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ସଚିବମାନେ ସକାଳ ୭ଟା ୪୦ମିନିଟ ସମୟରେ ବାଲେଶ୍ବର ସହରର ପୁଲିସ ପରେଡ୍‌ ପଡ଼ିଆରେ ହେଲିକେପ୍ଟରରୁ ଓହ୍ଲାଇଥିଲେ। ପ୍ରଥମେ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ କୁରୁଡ଼ା ହୋଇ ତାମୂଳିଆ ଓଭରବ୍ରିଜ ନିକଟରେ ଅନ୍ୟଏକ ଓଭରବ୍ରିଜ ନିର୍ମାଣ ହେବାର ଯୋଜନା ପ୍ରସ୍ତୁତି ହୋଇଥିବା ବେଳେ ତାହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ତାମୂଳିଆ ରୁ ସହର ପର୍ଯ୍ୟନ୍ତ ରାସ୍ତା ତଥା ସହରର ସୌନ୍ଦର୍ଯ୍ୟକରଣ ଦିଗରେ ସମୀକ୍ଷା କରାଯାଇଥିଲା। ବାଲେଶ୍ଵର ବସ ଷ୍ଟାଣ୍ଡର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ପାଇଁ ସଚିବମାନେ ସେଠାକାର ସ୍ଥିତି ପରଖିଥିଲେ। ସେମିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରୋଗୀସେବା ଓ ମେଡିକାଲର ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲାରେ କୋଭିଡ଼ ସ୍ଥିତି ସମୀକ୍ଷା କରିଥିଲେ

। ସେହିପରି ରେମୁଣା ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଗସ୍ତ କରି ବିଭିନ୍ନ ସୁବିଧା ସୁଯୋଗ ଅନୁଧ୍ୟାନ କରିଥିଲେ। ଶେଷରେ ଜିଲ୍ଲାସ୍କୁଲ ପରିଦର୍ଶନ କରିବା ସହ ବିଜ୍ଞାନ ଲାଵ ବୁଲି ଦେଖିଥିଲେ। ଜିଲ୍ଲାର ବିକାଶ ଦିଗରେ ଆଉ କଣ ପଦକ୍ଷେପ ନେଇହେବ ସେନେଇ ତିନି ସଚିବ ରିପୋର୍ଟ ସଂଗ୍ରହ କରିଛନ୍ତି। ଯେଉଁ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *