ଗାଁ ମେଳା ରେ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ ।

ଅନୁଗୋଳ: ଗାଁ ମେଳା ରେ ଭୋଗ ଖାଇ ୧୦୦ ରୁ ଅଧିକ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗାଁ ରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତୁଳିଆ ପଂଚାୟତର ରୋଡ଼ସିଙ୍ଗା ଗାଁ ରେ ଘଟିଛି ଏହି ଘଟଣା। ଗତ କାଲି ରାତି ରେ ଏକ ମେଳା ହଉଥିଲା । ଯେଉଁ ମେଳା ରେ ଗାଁ ସବୁ ଲୋକ ଭୋଗ ଖାଇବା ସହ ହୋଇଥିବା ଭୋଜି ଖାଇଥିଲେ। ଯେଉଁ ଭୋଜି ଖାଇ ସାରିବା ପରେ ରାତି ପ୍ରାୟ 12 ଟା ବେଳକୁ କିଛି ଲୋକଙ୍କ ର ବାନ୍ତି ହେବା ସହ ଝାଡା ମଧ୍ୟ ହୋଇଥିଲା । ଆକ୍ରାନ୍ତ ସଂଖ୍ୟା ବାଡିବାରୁ ବନ୍ତଳା ଗୋଷ୍ଠୀ କେନ୍ଦ୍ର ର ଏକ ଡାକ୍ତରୀ ଦଳ ଗାଁ ରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ ।ପରେ ଆକ୍ରାନ୍ତ ସଂଖ୍ୟା ବଢି ବାରୁ ଅନୁଗୋଳ ସ୍ୱାସ୍ତ୍ୟ କେନ୍ଦ୍ର ର ମଧ୍ୟ ଏକ ଡାକ୍ତର ଦଳ ମଧ୍ୟ ଗାଁ ରେ ପହଁଚି ଛନ୍ତି ।କିଛି ଅସୁସ୍ଥ ଙ୍କୁ ପାଖ ସ୍କୁଲ ଘରେ ଚିକିତ୍ସା କରାଯାଇଛି। ଅନ୍ୟ କେତେକ ଙ୍କୁ ସେମାନଙ୍କ ଘରେ ଚିକିତ୍ସା ସୁବିଧା ଯୋଗାଇଆ ଦିଆଯାଇଛି।

Leave a Reply

Your email address will not be published. Required fields are marked *