ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ପହିଲାରୁ ରାଜ୍ୟରେ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ମୁଖ୍ୟମନ୍ତ୍ରୀ ମାଗଣା ବୋଲି ଘୋଷଣା କରିଛନ୍ତି । ଅର୍ଥାତ, ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ ।
ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି, ହଜାର ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଆମେ ସତର୍କ ହେବା ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସବୁଠାରୁ ଦୁଃଖର କଥା ହେଉଛି ବିଭିନ୍ନ ରାଜ୍ୟରେ ଶ୍ମଶାନ ଘାଟ ମାନଙ୍କରେ ଶବଦାହ ପାଇଁ ଜାଗା ମୁଳନି । ଆମ ରାଜ୍ୟରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡିଛି । ଗତବର୍ଷ ଆମେ ସମସ୍ତେ ମିଳିମିଶି କୋଭିଡକୁ ମୁକାବିଲା କରିଥିଲେ । ତେଣୁ ଏବେ ମୁଁ ହାତଯୋଡି କହୁଛି ସମସ୍ତେ କୋଭିଡ୍ ନିୟମ ମାନନ୍ତୁ ବୋଲି ନବୀନ କହିଛନ୍ତି ।
ତା ସହିତ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ଆମେ ସତର୍କ ହେବା ସହିତ ନିଜ ନିଜର ଦାୟିତ୍ୱ ପ୍ରତି ସଚେତନ ହେବା ସହ ମିଳିମିଶି ଏ ପରିସ୍ଥିତିକୁ ମୁକାବିଲା କରିପାରିବା । କାହିଁକି ନାଁ ଜଣକର ମୃତ୍ୟୁ ଗୋଟିଏ ପରିବାରକୁ ବଡ କଷ୍ଟ ଦେଇଥାଏ । ତେଣୁ ଆମ ସମସ୍ତେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବା ସହିତ ସତର୍କ ଓ ସଚେତନ ରହିବା ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।