ଅନୁଗୋଳ : ଆସନ୍ତା କାଲି ଅନୁଗୋଳ ଆସିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଅନୁଗୋଳ ବାମୁର ଠାରେ ଥିବା ଗାନ୍ଧୀ ସ୍ମୁତି ପରିଷଦରେ ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବା ସହ କିଶୋରନଗର ବ୍ଲକ ର ଜୟରାଟ ଠାରେ ପଦଯାତ୍ରା ଏବଂ ୯ ଟାରେ ସେଠାରୁ ହସ୍ତତନ୍ତ ସାମଗ୍ରୀ କିଣିବାର କାର୍ଯ୍ୟକ୍ରମ ରହିଛି । ଏନେଇ ନିଜେ କେନ୍ଦ୍ର ମନ୍ତ୍ରୀ twitter ଯୋଗେ ସୂଚନା ଦେଇଛନ୍ତି । କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମ ଦିବସରେ ଆମେ ସମସ୍ତେ #Vocal4Local କୁ ସମର୍ଥନ ଦେବା ଓ ସ୍ଥାନୀୟ ଉଦ୍ୟମୀ, ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିବା ଏବଂ ଅନ୍ୟ ମାନଙ୍କୁ କିଣିବାକୁ ପ୍ରୋତ୍ସାହିତ କରିବା । ଏହା ଆମର ସ୍ୱଭାବ ଏବଂ ଜୀବନ ଦର୍ଶନର ଅଂଶବିଶେଷ ହେଉ। ଏହା ହିଁ ହେବ ପ୍ରକୃତ ଜନସେବା ଏବଂ ଦେଶସେବା ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୋଳ ଜିଲ୍ଲା ଗ୍ରସ୍ତ ସୂଚନା
1)-ତା ୧/୧୦ -ରେଢ଼ାଖୋଲ ଡାକ ବଙ୍ଗଳା ରେ ରାତ୍ରୀ ଯାପନ
ତା ୨/୧୦ ରିଖ
2)- ସକାଳ ୭.୩୦ ବାମୁର ଗାନ୍ଧୀ ସ୍ମୃତି ପୀଠ
3)-ସକାଳ ୮ ଟା କିଶୋରନଗର ଜୟରାଟ ଠାରେ ପଦଯାତ୍ରା ଏବଂ ୯ ଟାରେ ସେଠାରୁ ହସ୍ତତନ୍ତ ସାମଗ୍ରୀ କିଣିବେ (vokal for local)
4)-ସକାଳ ୧୧ ଟାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅନୁଗୁଳ ରେ ପେଟ୍ରୋଲିୟମ ବିଭାଗ ଦ୍ଵାରା ୩ କୋଟି ଟଙ୍କାରେ ନିର୍ମିତ ବିକାଶ କାର୍ଯ୍ୟର ଉଦଘାଟନ
୫)-ଦିନ ୧୨ ଟାରେ ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେବେ।
୬)- ଦିନ ୧୨.୩୦ ରେ ଅନୁଗୋଳ ଜିଲ୍ଲା ରୁ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିବେ।