ଅନୁଗୋଳ : ଓଡିଶା ବନାଞ୍ଚଳ ଉର୍ନୟନ ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ତରଫରୁ ବାର୍ଷିକ ସମୀକ୍ଷା ସ୍ଥାନୀୟ ରେଞ୍ଜର ଟ୍ରେନିଂ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଯାଇଛି,ଏହି କାର୍ଯ୍ୟକ୍ରମ କୁ ଅନଗୁଳ ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଉଦିଘାଟନ କରିଥିଲେ ଓ ପ୍ରକଳ୍ପ ଦ୍ୱାରା ପରିଚାଳିତ 75ଟି ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଆଯାଉଥିବା ଆୟ ସୃଷ୍ଟି କାରି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହେବା ପାଇଁ ମହିଳା ମାନଙ୍କୁ ପ୍ରଚ୍ଛହିତ କରିଥିଲେ, ବିଭିନ୍ନ ବିଭାଗ ସହଯୋଗରେ ଗ୍ରାମ ଗୁଡିକରେ ନିଆଯାଉଥିବା କାଯ୍ୟକ୍ରମ ଉଛମାନର ହେଇଥିବା ଦର୍ଶାଇଥିଲେl ମୁଖ୍ୟ ଅଥିତି ଭାବେ ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ଖୋରl ଆଠମଲ୍ଲିକବନ ଖଣ୍ଡ କୁ ରାଜ୍ୟ ରେ ଉଦାହରଣ କରିବା ସହିତ ବିଭିନ୍ନ ଆୟକାରି କାର୍ଯ୍ୟକ୍ରମ ଡିଜିଟାଲ ଶିକ୍ଷା, ମହୁ ଚାଷ, ସୌର ବିଦୂତ, ଏକା ବି ମୁଖି କାର୍ଯ୍ୟକ୍ରମ ଓ ଆଥିକ ବର୍ଷ ରେ 75ଟି ବନ ସଂରକ୍ଷଣ ସମିତିରେ 10 କୋଟି ଟଙ୍କା ଉନତି ମୂଳକ କାର୍ଯ୍ୟକ୍ରମ ହୋଇଛି ବୋଲି ପ୍ରକାଶ କରିଥିଲେ l
ଭୁବନେଶ୍ୱର ରାଜ୍ୟ କାର୍ଯାଳୟର ଉପ ପ୍ରକଳ୍ପ ନିର୍ଦେଶକ ଯଶୋବନ୍ତ ବେରିଆ ମୁଖ୍ୟ ସମୀକ୍ଷକ ଭାବେ ଯୋଗଦେଇ ଆଠମଲ୍ଲିକ ଡିଭିଜନ ଅନ୍ତର୍ଗତ ହରିହରପୁର ବନ ସୁରକ୍ଷା ସମିତି ର ମା ମହେଶ୍ୱର ସୟଂ ସହାୟକ ଗୋଷ୍ଠୀ ଓ ମା ସରସ୍ବତୀ ସୟଂ ସହାୟକ ଗୋଷ୍ଠୀ କରିଥିବା କାର୍ଯ୍ୟକ୍ରମ ଯାଇକା ସଂସ୍ଥା ଦ୍ୱାରା ପ୍ରଂଶସା ହେବା ଓ ଜାପାନ ତଥା ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରଶଂସିତ ହେବା ଏକ ଗର୍ବ ର ବିଷୟ ସାଧାରଣ ଆଗ୍ରହୀ ଗୋଷ୍ଠୀ ଗଠନ କରାଯାଇ ବିଭିନ୍ନ ଆୟକାରି କାର୍ଯ୍ୟକ୍ରମ ହାତକୁ ନେବା ଓ ପରିବାର ଆୟ ବୃଦ୍ଧି କରିବାରେ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ lଏତତ ବ୍ୟତୀତ ବନରାଜୀ ମହାବିଦ୍ୟାଳୟ ନିର୍ଦେଶକ ସଂଗ୍ରାମ କେଶରୀ ବେହେରା, ସତକୋଶିଆ ବନ୍ୟ ପ୍ରାଣୀ ଅଧିକାରୀ ଅନଗୁଳ ବନ ଖଣ୍ଡ ସଂରକ୍ଷକ ଗୌର ଶଙ୍କର ଦାସ ଓ ସଚ୍ଚିତାନନ୍ଦ ସେଠି ପ୍ରମୁଖ ବ୍ୟାଖl କରିଥିଲେ lଆଠମଲ୍ଲିକ ବନ ଖଣ୍ଡ ଅଧିକାରୀ ସନ୍ତୋଷ କୁମାର କପୁଲା 75 ଟି ବନ ଖଣ୍ଡ ସମିତି ମାଧମରେ ନିଆ ଯାଇଇଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହେଇଥିଲା l
6690 ହେକ୍ଟର ଜଙ୍ଗଲ ସୁରକ୍ଷା 2710 ହେକ୍ଟରରେ 76800 ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି lବିଗତ 6 ବର୍ଷ ମଧ୍ୟରେ 7ଲକ୍ଷ 50ହଜାର ଲୋକ ଦିବସ ସୃଷ୍ଟି କରିବା ସହିତ ବିଭିନ୍ନ ବିଭାଗ ଦ୍ୱାରା 27 କୋଠି ଉର୍ନତି କାର୍ଯ୍ୟକ୍ରମ ହେଇଛି l75 ଟି ବନ ସଂରକ୍ଷଣ ସମିତିକୁ 1କୋଟି 50ଲକ୍ଷ ଆୟବୃଦ୍ଧି କାର୍ଯ୍ୟକ୍ରମ କରାଯିବ ସହିତ ଡିଜିଟାଲ ଶିକ୍ଷା ଯୁବକ ଯୁବତୀ ମାନଙ୍କୁ ଧନ୍ଦା ମୂଳକ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ,ସ୍ୱାସ୍ଥ୍ୟ ସଚେତନ,କୃଷି ଉର୍ନୟନ ଆଦି କାର୍ଯ୍ୟକ୍ରମ କରାଯାଉଅଛି lଦ୍ୱିତୀୟ ପ୍ରଯ୍ୟରେ ରାଉଲକେଲା ଆଞ୍ଚଳିକ ବନ ସଂରକ୍ଷଣ ଡ଼ ଅରୁଣ କୁମାର ମିଶ୍ର ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଜନଶହଯୋଗ ଓ ବନ ସଂରକ୍ଷଣ ସମିତି ର ଭୂମିକା ଉପରେ ଗୁରୁତର ଦେଇଥିଲେ l
ଆର ଟୀ ର ନିର୍ଦେଶକ ଅର୍ଚନା ଦେହୁରୀ ଜ଼ିଲ୍ଲା ମସ୍ୟ ଅଧିକାରୀ ବିଜୟୀ କୁମାର ସାହୁ ଓଡିଶା ଜୀବିକା ମିଶନ ପ୍ରତିନିଧି ସୁଚ୍ଚତା କୁମାରୀ ସହାୟକ ଜ଼ିଲ୍ଲା କୃଷି ଅଧିକାରୀ ପ୍ରଭାତୀ ରାମ ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ପ୍ରିୟବତ ସାହୁ ଜ଼ିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପ୍ରବନ୍ଧକ ସୁବଶିଷ କାନୁନଗୋ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧକାରୀ ଡ଼ ପୃଣିମା ଉଦ୍ଗାତା ଜ଼ିଲ୍ଲା ଉଦ୍ୟାନ ଅଧିକାରୀ ମନରଞ୍ଜନ ପଣ୍ଡା, ଜ଼ିଲ୍ଲା ସୂଚନା ଅଧିକାରୀ କ୍ୟାଳସା ବେହେରା ଯୋଗ ଦେଇ ନିଜ ନିଜ ବିଭାଗ ବିଷୟ ରେ ସୂଚନା ଦେଇଥିଲେ lଶେଷରେ ମାଧପୁର ବନାଞ୍ଚଳ ଅଧିକାରୀ ସନ୍ତୋଷ ଭୋଇ, ବାମୁରୁ ବନାଞ୍ଚଳ ଅଧିକାରୀ ସରୋଜ କୁମାର ବେହେରା, ବିଶ୍ଵ ଯୁବ କେନ୍ଦ୍ର ର ଟିମ ହେଡ ଅମରେଶ ପ୍ରସାଦ ଦାସ, ସଂଯୋଜକ କିଶୋର ନନ୍ଦ ପ୍ରମୁଖ ବିବରଣୀ ଦେଇଥିଲେ l
ବନ ସୁରକ୍ଷା ସମିତି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପଦର୍ଶନୀକୁ ଜ଼ିଲ୍ଲାପାଳ ଉଦିଘାଟନ କରିଥିଲେ lକାର୍ଯ୍ୟକ୍ରମ ଉପଦେଷ୍ଟା ଗିରିଜା ଶଙ୍କର ଦାସ ସ୍ୱାଗତ କରିବା ସହିତ ସଭା କାର୍ଯ୍ୟ ସଂଯୋଜନା କରିଥିଲେ ଓ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ lଏତିରେ ଆଠମଲ୍ଲିକ ର 75 ଟି ବନ ସଂରକ୍ଷଣ ସମିତିର ପ୍ରାୟ 150 ଜଣ ସଭ୍ୟ ସଭ୍ୟା ଯୋଗଦେଇଥିଲେ l