ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ହୋଇପାରିଛି ଏକ ରୋଲ ମଡେଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ତଳେ ଏକ ଗରିବ ରାଜ୍ୟଭାବେ ପରିଗଣିତ ହେଉଥିବା ଓଡ଼ିଶା ଆଜି ଦେଶର ଏକ ଆଦର୍ଶ ରାଜ୍ୟରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍ କନକ୍ଲେଭରେ ଯୋଗ ଦେଇ ନବୀନ କହିଛନ୍ତି ଯେ ୨୦୦୦ ମସିହାରେ ସେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ଓଡ଼ିଶା ଦେଶରେ ଅନାହାର, ଦାରିଦ୍ର୍ୟ ପାଇଁ ପରିଚିତ ଥିଲା । ଓଡ଼ିଶା ୧୯୯୯ର ମହାବାତ୍ୟା ଯୋଗୁଁ ଏକ ବଡ଼ ସଂକଟ ଦେଇ ଗତି କରୁଥିଲା । ରାଜ୍ୟର ଅର୍ଥନୀତି ଭଲ ସ୍ଥିତିରେ ନଥିଲା । କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ଅର୍ଥ ନଥିଲା । ବିକାଶ କାର୍ଯ୍ୟ ଅଟକି ଯାଇଥିଲା ।କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ଏହି ସଂକଟରୁ ଉପରକୁ ଉଠି ଦ୍ରୁତ ବିକାଶ ଲାଭ କରିଛି ଓ କେତେକ କ୍ଷେତ୍ରରେ ସମଗ୍ର ଦେଶରେ ଏକ ରୋଲ ମଡେଲରେ ପରିଣତ ହୋଇଛି । ଧାନ ଉତ୍ପାଦନରେ ଓଡ଼ିଶା ଏବେ ଦେଶର ଏକ ଅଗ୍ରଣୀ ରାଜ୍ୟ । ଶିଳ୍ପ ବିକାଶ ଓ ଖଣି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ ହୋଇଛି । କୋଭିଡ ମହାମାରୀ ସତ୍ତ୍ବେ ଓଡ଼ିଶା ଗତ ଦୁଇ ବର୍ଷରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ।

Advertisement

ଏହି ସଫଳତା ପାଇବା ସହଜ ନଥିଲା । ଦୁର୍ନୀତି ଓ ପ୍ରଶାସନିକ ଅପାରଗତା ପରି ଅନେକ ପ୍ରତିବନ୍ଧକ ଥିଲା । ରାଜ୍ୟର ଅନେକ ଭାଗରେ ଭୌଗୋଳିକ ଓ ସାମାଜିକ-ଅର୍ଥନୈତିକ ପ୍ରତିବନ୍ଧକ ଥିଲା । କିନ୍ତୁ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଏକମାତ୍ର ଲକ୍ଷ୍ୟ ନେଇ ଆମେ  ଗଭୀର ଅଧ୍ୟବସାୟର ସହ କାର୍ଯ୍ୟକରିଥିଲୁ । ଆମର କାର୍ଯ୍ୟକୁ ଦେଖି ଓଡ଼ିଶାବାସୀ ଆମକ ଉପରେ କ୍ରମାଗତ ୫ଥର ପାଇଁ ଭରସା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *