ସଂକ୍ରମଣ ରୋକିବାକୁ ସମସ୍ତେ ଉଦ୍ୟମ କରିବା, ଆଉ ଲକ୍‌ଡାଉନ୍‌ ସ୍ଥିତିକୁ ଫେରିବାନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଛନ୍ତି । ଆଉ ଲକଡାଉନ ସ୍ଥିତିକୁ ଫେରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ଏବଂ ଏଥି ପାଇଁ ସତର୍କ ରହିବା ମଧ୍ୟ ଦରକାର । କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ, ଏହା ସମୟ ସାପେକ୍ଷ । ତେଣୁ ସତର୍କ ରହିବା ନିହାତି ଜରୁରୀ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ 

Leave a Reply

Your email address will not be published. Required fields are marked *