ବାତିଲ ହେଲା ମାଟ୍ରିକ ପରୀକ୍ଷା ।

ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ ହୋଇଛି | ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି | କରୋନା ସଂକ୍ରମଣକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଆଧାରରେ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ। ଯଦି ମିଳିଥିବା ମାର୍କକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥାନ୍ତି ତେବେ ସ୍ଥିତି ସୁଧୁରିଲେ  ସେ ପରୀକ୍ଷା ଦେଇପାରିବେ |

ଏଥିସହ ମଦ୍ରାସା ବୋର୍ଡ ପରୀକ୍ଷା ବି ବାତିଲ କରାଯାଇଛି | ତେବେ କେଉଁ ପଦ୍ଧତିରେ ମାର୍କ ମିଳିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ | ସୂଚନା ଥାଉ କି ଆସନ୍ତା ମେ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାର ଥିଲା | ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ ରଖିବା ଘୋଷଣା କରିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହେବ ବୋଲି କହିଥିଲେ। ଏହାପରେ ସବିଏସଇ ୧୦ମ ପରୀକ୍ଷା ବାତିଲ୍ ଘୋଷଣା ଆସିଥିଲା। ଫଳରେ ଛାତ୍ରଛାତ୍ରୀ ତୁରନ୍ତ ଏ ନେଇ ତୁରନ୍ତ ନିଷ୍ପତ୍ତି ଲାଗି ଗତକାଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଆଜି ଗଣଶିକ୍ଷା ମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *