ଦାୟିତ୍ବ ନେଲେ ନୂଆ ପୁଲିସ ଡିଜି ସୁନୀଲ ବଂଶଲ

କଟକ: ନୂଆ ପୁଲିସ ମହାନିର୍ଦେଶକ (ଡିଜି) ସୁନୀଲ କୁମାର ବଂଶଲ ଦାୟିତ୍ବ ଗ୍ରହଣ କରିଛନ୍ତି। କଟକସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାରୋହରେ ସେ ଡିଜିପି ଅଭୟଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ଆଇପିଏସ ସୁନିଲ ବଂଶଲ ।ଆଜି ରାଜ୍ୟର ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗଦେବେ ନୂଆ ପୁଲିସ ଡିଜି ସୁନିଲ କୁମାର ବଂସଲ।  ସୂଚନାଯୋଗ୍ୟ, ୧୯୮୭ ବ୍ୟାଚ୍‌ର ଆଇପିଏସ୍ ସୁନୀଲ ବଂଶଲ ପୂର୍ବରୁ ମଧ୍ୟ ଓଡ଼ିଶା ପୁଲିସରେ କାମ କରିଛନ୍ତି। ଆଜି (୨୦୨୧ ଡିସେମ୍ବର ୩୧) ପୁଲିସ ଡିଜି ଅଭୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ଜାନୁଆରି ପହିଲାରେ ସୁନୀଲ ବଂଶଲ କାର୍ଯ୍ୟରେ ଯୋଗ ଦେବେ। ରାଜ୍ୟର ପୁଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ ପରେ ନୂଆ ପୁଲିସ ଡିଜି ଗଣାମଧ୍ୟମକୁ ତାଙ୍କର ବାର୍ତ୍ତା ଦେଇ କହିଛନ୍ତି ଯେ,ଓଡିଶା ପୁଲିସର ସଫଳତାକୁ ଆଗକୁ ଵଢାଇଵି। ବିପର୍ଯ୍ୟୟ ମୁକାଵିଲାରେ ପୁଲିସର ଭୂମିକାକୁ ଆହୁରି ଦୃଢ କରାଯିବ। ସେଵା ସହ ସୁରକ୍ଷା ଯୋଗାଇବା ମୋର ପ୍ରାଥମିକତା ରହିବ। ରାଜ୍ୟରେ ସଫଳ ଭାବେ ମାଓ ମୁକାବିଲା ହେଉଛି ଆଗକୁ ମଧ୍ୟ ମାଓ ମୁକାଵିଲା ପାଇଁ ଅନ୍ୟ ରାଜ୍ୟ ସହ ସମନ୍ବୟ ରଖି କାମ କରାଯିବ। ଏଥି ସହିତ ରାଜ୍ୟରେ ବର୍ତ୍ତମାନ ସାଇବର ଅପରାଧ ବୃଦ୍ଧି ପାଇଛି ତାହାର ନିୟନ୍ତ୍ରଣ ପାଇଁ ଦୃଢ ପଦକ୍ଷେପ ନିଆଯିବ।

ନୂଆ ପୁଲିସ ଡିଜି ସୁନିଲ କୁମାର ବଂସଲ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ରାଜ୍ୟର ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ଏହି ନିର୍ବାଚନକୁ କିପରି ମୁକ୍ତ ଓ ଅବାଧ କରାଯିବ ତାହା ପ୍ରାଥମିକତା ଦିଆଯିବ। ଏଥି ସହିତ ଶିଶୁ ଓ ମହିଳାଙ୍କ ଵିରୋଧରେ ହେଉଥିବା ଅପରାଧ ନିୟନ୍ତ୍ରଣ କରାଯିବ। ମୋ ସରକାର ସ୍କିମକୁ ଲାଗୁ କରାଇବା ପାଇଁ ପୁରା ପ୍ରୟାସ ରହିବ। ଆମର ଯେତିକି ସମ୍ବଳ ଅଛି ସେଥିରେ ଆଇନ ଶୃଙ୍ଖଳା ଓ ତଦନ୍ତ ଏକାସାଙ୍ଗରେ ଚାଲିପାରିବ। ରାଜ୍ୟ ସରକାରଙ୍କ ପାଇଭ -ଟି(୫ଟି) ଫର୍ମୁଲା ପୁଲିସ ଵିଭାଗରେ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଲୋକଙ୍କୁ ତ୍ବରିତ ସେବା ଓ ସୁରକ୍ଷା ଯୋଗାଇବା ପୁଲିସ ବିଭାଗର ପ୍ରାଥମିକତା ରହିବ।

ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟ ସରକାର ଏହି ଦୌଡ଼ରେ ଥିବା ୩ ଆଇପିଏସ୍‌ଙ୍କ ମଧ୍ୟରୁ ଶ୍ରୀ ବଂଶଲଙ୍କ ନାଁକୁ ପୁଲିସ ଡିଜି ଭାବେ ମୋହର ମାରିଥିଲେ। ପରେ କେନ୍ଦ୍ର ସରକାର ସୁନୀଲଙ୍କ ନାଁରେ ମୋହର ମାରିଥିଲେମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିବା ସୁନୀଲ ଦୀର୍ଘ ୨୭ ବର୍ଷ ପରେ ଓଡିଶାକୁ ଆସିଛନ୍ତି । ଏହାରି ଭିତରେ ଓଡିଶା ଅନେକ ବଦଳିଯାଇଛି । ତେଣୁ ତାଙ୍କ ଆଗରେ ପଂଚାୟତ ନିର୍ବାଚନ ସୁପରିଚାଳନା, ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଡ୍ରଗ୍ସ କାରବାର ଉପରେ ରୋକ ଭଳି ଆହ୍ୱାନ ରହିଛି ।

Leave a Reply

Your email address will not be published. Required fields are marked *