ପିପିଲି ଉପନିର୍ବାଚନ: ଏପ୍ରିଲ୧୭ରେ ମତଦାନ, ମେ’୨ରେ ଫଳ

ଭୁବନେଶ୍ବର :ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି ସବୁ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି କ୍ରମରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ଏପ୍ରିଲ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ।ଏହି ଉପନିର୍ବାଚନ ପାଇଁ ଚଳିତ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମେ’ ମାସ ୨ରେ ଭୋଟ ଗଣତି କରାଯାଇ ସେହିଦିନ ଫଳ ପ୍ରକାଶ ପାଇବ।

Advertisement

Leave a Reply

Your email address will not be published. Required fields are marked *