ମଧ୍ୟପ୍ରଦେଶ ଫେରିବ ସୁନ୍ଦରୀ । ନେବାପାଇଁ ଆସୁଛନ୍ତି ୬ ଜଣିଆ ଟିମ ।

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁ ବଂଶ ବୃଦ୍ଧି ପାଇଁ ଆସିଥିବା ବାଘୁଣୀ ପୁଣି ଫେରିଜୀବ ମଧ୍ୟପ୍ରଦେଶ। ମଧ୍ୟପ୍ରଦେଶ ରୁ ଏକ 6 ଜଣିଆ ବିଶେଷଜ୍ଞ ଦଳା ଆଜି ସାତକୋଶିଆ ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଆସନ୍ତାକାଲି ଅପରାହ୍ନ ସୁଧା ସେଇ ଟିମ ଅନୁଗୋଳ ରେ ପହଞ୍ଚିବେ। ଏଠାରେ ସାତକୋଶିଆ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନ କ୍ଲୋଜର କୁ ଯାଇ ବାଘୁଣୀ ର ପରିସ୍ଥିତି ଅନୁଧ୍ୟାନ କରିବ ଟିମ ।ସ୍ଥିତି ପରଖିବା ପରେ ଆସିଥିବା ସ୍ଵତନ୍ତ୍ର ଗାଡି ରେ ବାଘୁଣୀ କୁ କାବୁ କରି ନେଇ କହ୍ନା ଅଭୟାରଣ୍ୟ ର ଗରିଲା ଏନକ୍ଲୋଜର ରେ ଛଡା ଯିବାର ଯୋଜନା ରହିଛି। ଆନ୍ତ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ରେ ବାନ୍ଧବ ଗଡରୁ ସାତକୋଶିଆ ଆସିଥିଲା ବାଘୁଣୀ ।

Leave a Reply

Your email address will not be published. Required fields are marked *