ଏଣିକି ଅନଲାଇନରେ ମିଳିବ ଡିଏଲ, ଗାଡ଼ି ପରମିଟ୍ ।ନୂଆ ବର୍ଷ ରୁ ଲୋକେ ପାଇବେ ସୁବିଧା

ଭୁବନେଶ୍ୱର : ନୂଆବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର। ଏଣିକି ଅଫ୍‌ଲାଇନ୍‌ ନୁହେଁ ଅନଲାଇନ୍‌ରେ ମିଳିବ ଏଲ୍‌ଏଲ୍‌, ଡିଏଲ୍ ଓ ଗାଡ଼ି ପରମିଟ୍ ଭଳି ସମସ୍ତ ସୁବିଧା। ଦଲାଲ ମୁକ୍ତ ହେବ ରାଜ୍ୟର ସମସ୍ତ ଆର୍‌ଟିଓ। ଆଉ ଲାଗିବନି ଲମ୍ବା ଲାଇନ୍‌। ଘରେ ବସି ଗୋଟିଏ କ୍ଳକ୍‌ରେ କରିପାରିବେ ଆବେଦନ। ପରିବହନ ବିଭାଗର ଲାଇନ୍‌ଲାଇନ ସେବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଜାନୁଆରୀ ପହିଲା ମିଳିବ ଅନ୍‌ଲାଇନ୍ ଆରମ୍ଭ ହେବ ସେବା

ସୂଚନା ମୁତାବିକ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବେଳେ ବିଭିନ୍ନ ଆର୍‌ଟିଓ ଗୁଡ଼ିକରେ ମିଡ଼ିଲ ମ୍ୟାନ ବା ଦଲାଲ ମାନଙ୍କର ଭୂମିକା ରହୁଥିଲା ।ଏଥିସହିିତ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ଆବେଦନ ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଲାଗୁଥିଲା। ଏହାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍ ସେବା ଆସନ୍ତାକାଲିଠୁ ଆରମ୍ଭ କରିବାକୁ ଯାଉଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *