ପ୍ରକାଶ ପାଇଲା ଓଜେଏସ୍‌ ରେଜଲ୍ଟ।

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ରେଜଲ୍ଟ  ଆଜି ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ସଫଳତା ହାସଲ କରିଛନ୍ତି। ପ୍ରଥମ ୩ଟି ସ୍ଥାନରେ ଝିଅମାନେ ହିଁ ରହିଛନ୍ତି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଓଜେଏଏସ୍‌ ପରୀକ୍ଷା-୨୦୨୧ରେ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ତୃତୀୟ ସ୍ଥାନରେ ଏ ଗୀତାଞ୍ଜଳି ନାଇଡୁ।

Advertisement

Leave a Reply

Your email address will not be published. Required fields are marked *