ଟୋକିଓ ଅଲିମ୍ପିକ୍ସ: ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ.

ଟୋକିଓ ଅଲିମ୍ପିକ୍ସରେ ରବିବାରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ । ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି। ହେ ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ସେଟ୍‌ରେ ହରାଇ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ। ଏଥିସହ ଅଲିମ୍ପିକ୍ସରେ ଭାରତକୁ ଦ୍ୱିତୀୟ ମେଡାଲ ଦେଇଛନ୍ତି ପିଭି ସିନ୍ଧୁ 

Advertisement

ସିନ୍ଧୁଙ୍କୁ ଏତେ ବଡ଼ ସଫଳତା ମିଳିବା ପରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, ପିଭି ସିନ୍ଧୁଙ୍କ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆମେ ସମସ୍ତେ ଆନନ୍ଦିତ | ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ବ୍ରୋଞ୍ଜ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ

 

Leave a Reply

Your email address will not be published. Required fields are marked *