ଜିନ୍ଦଲ ପ୍ରତିଷ୍ଠାତା ଓ.ପି ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ।

ଅନୁଗୋଳ; ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ଦ୍ଵାରା ପାଳିତ ହୋଇଅଛି l ଏହି ଅବସରରେ ଜେଏସପିଏଲ ପକ୍ଷରୁବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନକରାଯିବା ସାଙ୍ଗକୁ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଅନେକ ଗୁଡିଏ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲାl

ଜେଏସପିଏଲ ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା ଏବଂ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ ଶ୍ରୀଓ.ପି ଜିନ୍ଦଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା lଏହି ଅବସରରେ ଜେଏସପିଏଲ କର୍ମଚାରୀଙ୍କ ସହ ତାଙ୍କ ପରିବାରବର୍ଗ, ପାର୍ଶ୍ଵବର୍ତୀ ଗ୍ରାମବାସୀ ମଧ୍ୟ ଶ୍ରଦ୍ଧେୟ ଶ୍ରୀ ଓ.ପି ଜିନ୍ଦଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଶ୍ରୀ ଜିନ୍ଦଲ ରାଷ୍ଟ୍ରର ଏକ ଦୂରଦର୍ଶୀ ବ୍ୟକ୍ତିତ୍ବ ଥିଲେ ଏବଂ ସେଥି ପାଇଁ ଜନସାଧାରଣ ତାଙ୍କୁ ଶ୍ରଦ୍ଧାରେ ‘ବାଉଜୀ’ ବୋଲି ମଧ୍ୟ ସଂବୋଧନ କରୁଥିଲେ l

ଏହି ଦିବସକୁ ମାନବ ସେବା ନିମନ୍ତେ ସ୍ମରଣୀୟକରିବା ଉଦ୍ଦେଶ୍ୟରେ ଜେଏସପିଏଲ ଫାଉଣ୍ଡେସନ ଏବଂ ଅନୁଗୋଳ ଜିଲ୍ଲା ରେଡକ୍ରଶ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେଏକ ରକ୍ତଦାନ ଶିବିରରଆୟୋଜନ କରାଯାଇଥିଲା lଏହି ରକ୍ତଦାନ ଶିବିରକୁ ଶ୍ରୀ ହୃଦୟେଶ୍ଵର ଝାଏବଂ ଶ୍ରୀ ଦାମୋଦର ମିତ୍ତଲ ମିଳିତ ଭାବେ  ଉଦଘାଟନ କରିଥିଲେ l ଏହି ଶିବିରରୁ ସମୁଦାୟ ୧୧୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ଯାହାକି କୋଭିଡ -୧୯ ମହାମାରୀର ରକ୍ତ ଆବଶ୍ୟକତାକୁ ଅନେକାଂଶରେ ସହାୟକ ହୋଇପାରିବl

ଏହି ସ୍ମରଣୀୟ ଦିବସରେ, “ମିଶନ ଜିରୋ ହଙ୍ଗର” କାର୍ଯ୍ୟକ୍ରମ ମାଧ୍ୟମରେ,ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ଅନୁଗୋଳ ଜିଲ୍ଲାର ବିଭିନ୍ନ ଜରା ନିବାସ,ନିରାଶ୍ରୟ ଗୃହର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଏହା ବ୍ଯତୀତ, ପାର୍ଶ୍ଵବର୍ତୀ ଗ୍ରାମର ବରିଷ୍ଠ ନାଗରିକ , ଅସହାୟ ମହିଳା ଏବଂ ନିଷ୍ପେସିତ ବର୍ଗର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ତଥା ଅଭିଭାବକ ବିହୀନ ଶିଶୁଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରଯାଇଥିଲା l

Leave a Reply

Your email address will not be published. Required fields are marked *