ଅନୁଗୋଳ: ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ । ଆୟୋଜିତ ଉତ୍ସବରେ “ଭାରତର ଲୌହ ମାନବ” ଶ୍ରୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା l ଏହି ଦିବସକୁ ସ୍ମରଣୀୟ କରିବା ନିମନ୍ତେ ସ୍କୁଲ ପକ୍ଷରୁ ସାଇକ୍ଳୋଥନ, କ୍ଷିପ୍ର ଚାଲି, ଜଗିଙ୍ଗ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଜିନ୍ଦଲ ନଗର ପରିସରରେ ରହୁଥିବା କର୍ମଚାରୀଙ୍କ ନିମନ୍ତେ ଆୟୋଜିତ ହୋଇଥିଲା l
ମା ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିବା କ୍ଷିପ୍ର ଚାଲିପ୍ରତିଯୋଗିତାରେ ଶ୍ରୀମତୀ ସ୍ଵାତି ଠାକୁର , ଶ୍ରୀମତୀ ବବିତା ମୋଦି ଏବଂ ଶ୍ରୀମତୀ ତପସ୍ଵିନୀ ମଲ୍ଲିକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏବଂ ପୁରୁଷ ମାନଙ୍କଜଗିଙ୍ଗ କ୍ଷେତ୍ରରେ ଶ୍ରୀ ବିକ୍ରମ ସାହୁ, ଶ୍ରୀ ଆଶିଷ କୁମାର ସିଂହ ଏବଂ ଶ୍ରୀ ରାଜ୍କୁମାର ଚାୱଲା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିଭଳି ବାଳିକା ବିଭାଗ ସାଇକ୍ଳୋଥନପ୍ରତିଯୋଗିତାରେ ସୁଶ୍ରୀ ଶ୍ରାବଣୀ ବିଶେନ, ସୁଶ୍ରୀ ତନିଷୀ ଗୋଏଲ ଏବଂ ସୁଶ୍ରୀ ସୁଗନ୍ଧା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ l ବାଳକ ବର୍ଗର ସାଇକ୍ଳୋଥନ ପ୍ରତିଯୋଗିତାରେ ମାଷ୍ଟର ଶିବ ରାଜପୁତ, ମାଷ୍ଟର ବଂସ ଏବଂ ମାଷ୍ଟର ସାହିତ୍ଯ ଯାଦବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ l
ଓ.ପି. ଜିନ୍ଦଲ ସ୍କୁଲ ଅଧ୍ୟକ୍ଷ ଶ୍ରୀ ଅତନୁ କୁମାର ରଥ ସଫଳ କୃତୀ ପ୍ରତିଭାଗୀ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ଶର୍ମା ସମସ୍ତ ପ୍ରତିଭାଗୀ ତଥା ଅଂଶଗ୍ରହଣକାରୀଙ୍କୁ ଏହି ଦିବସକୁ ସ୍ମରଣୀୟ ତଥା ସଫଳତାର ସହ ସଂପନ୍ନ କରିଥିବା ନିମନ୍ତେଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ l