RRR ଫିଲ୍ମର ‘ନାଟୁ ନାଟୁ’ ଗୀତ ଓସ୍କାର ପାଇଁ ମନୋନୀତ

ସ୍ଵର ବିୟୁରୋ : ବିଶ୍ବ ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ୯୫ ତମ ଏକାଡେମୀ ପୁରସ୍କାର ବା ଓସ୍କାର ପୁରସ୍କାର ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା ହୋଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରିକୁ ମନୋନୟନ ମିଳିଛି ।

ମନୋନୟନ ପାଇଥିବା ଭାରତୀୟ ଚଳଚ୍ଚିତ୍ର ହେଲେ ଏସଏସ ରାଜମୌଲୀଙ୍କ ଚଳଚ୍ଚିତ୍ର ଆରଆରଆର୍, ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଅଲ ଦାଟ୍  ବ୍ରେଦସ ଓ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦି ଏଲିଫାଣ୍ଟ ହ୍ବିସ୍ପର୍ସ । ଆରଆରଆର ଚଳଚ୍ଚିତ୍ରର ସଂଗୀତ ନାଟୁ ନାଟୁକୁ ଶ୍ରେଷ୍ଠ  ଅରିଜିନାଲ ସଂଗ୍ ବର୍ଗରେ ମନୋନୟନ ମିଳିଛି । ଏହି ସଂଗୀତ ଦେଇଛନ୍ତି ଏମଏମ କିରାବାନୀ ଓ ଗୀତଟି ଲେଖିଛନ୍ତି ଚନ୍ଦ୍ରବୋଷ୍ ।

ଅନ୍ୟପକ୍ଷରେ ସୌନକ୍ ସେନଙ୍କ ଡକ୍ୟୁମେଣ୍ଟାରୀ ଅଲ ଦାଟ୍  ବ୍ରେଦସ୍ ଆହତ ପକ୍ଷୀଙ୍କ ଚିକିତ୍ସା କରୁଥିବା ଦୁଇ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେଶିତ ।ସେହିପରି କାର୍ତ୍ତିକୀ ଗୋନଜଲଭିସଙ୍କ ନିର୍ଦ୍ଦେଶିତ ଦି ଏଲିଫାଣ୍ଟ ହ୍ବିସ୍ପର୍ସ ହେଉଛି ଗୋଟିଏ ଅନାଥ ହାତୀ ଓ ତାହାର ପାଳକଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ ।

Leave a Reply

Your email address will not be published. Required fields are marked *