ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ବର୍ଷା : ଆଜିଠୁ ଆଉ ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର : ଗତ ୧୬ ଜୁନ୍‍ରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ରାଜ୍ୟରେ ସ୍ୱାଭାବିକ ଭାବେ ବର୍ଷା ହୋଇଛି। ମୌସୁମୀର ସକ୍ରିୟତା କାରଣରୁ ଗତ ୧୬ ଜୁନ୍‍ରୁ ୨୫ ଜୁନ୍‍ ମଧ୍ୟରେ ରାଜ୍ୟରେ ୯୧.୩ ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୮୬.୩ ପ୍ରତିଶତ ବର୍ଷା ହୋଇଥାଏ। ଅର୍ଥାତ୍‍ ମୌସୁମୀ ଓଡ଼ିଶା ଛୁଇଁବା ପରଠାରୁ ୨୫ ତାରିଖ ମଧ୍ୟରେ ଓଡ଼ିଶାରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ପ୍ରଥମରୁ ନିଅଣ୍ଟିଆ ପ୍ରାକ୍‍-ମୌସୁମୀ ବର୍ଷା କାରଣରୁ ହାରାହାରି ମାସରେ ଏଯାବତ୍‍ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇଛି। ଜୁନ୍‍ ୧ ତାରିଖରୁ ୨୫ ତାରିଖ ମଧ୍ୟରେ ସ୍ୱାଭାବିକ ଭାବେ ୧୬୫.୫ ମିଲିମିଟର ବର୍ଷା ହେଉଥିବା ବେଳେ ଚଳିତ ବର୍ଷ ସମାନ ଅବଧି ମଧ୍ୟରେ ମାତ୍ର ୧୧୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସ କହିଛନ୍ତି।

Advertisement

ଅନ୍ୟପଟେ ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଫଳରେ ଆଜି ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ‌ହେବ। ସେହିଭଳି ୨୬ ତାରିଖ ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ଭଳି ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ରାଜଧାନୀ ଓ ସଂଲଗ୍ନ ସ୍ଥାନଗୁଡ଼ିକର ଦିନ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ।

Leave a Reply

Your email address will not be published. Required fields are marked *