ମହାନଦୀରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ନଦୀ ମଝିରେ ଡିମ୍‌ ଲାଇଟ୍‌ ଡିନର ମଜା ନେବେ ପର୍ଯ୍ୟଟକ।

କଟକ: ମହାନଦୀରେ ବିଦେଶୀ ଟ୍ରାଭେଲର ମଜା। ନଦୀ ମଝିରେ ଡିମ୍‌ ଲାଇଟ୍‌ ଡିଜେ ସାଙ୍ଗକୁ ଟେଷ୍ଟି ଖାଦ୍ୟର ଅନୁଭତି। ପୁରା ରୋମାଣ୍ଟିକ୍ ଡିନରର ମଜା ନେଇପାରିବେ ଏବେ ମହାନଦୀ ମଝିରେ। କଟକ ମହାନଦୀରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ। ଆଜି ଏହାକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଘରୋଇ ସଂସ୍ଥାର ସହଭାଗିତାରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଟିଡିସି ଆରମ୍ଭ କରିଛି ଏହି ରେଷ୍ଟୁରାଣ୍ଟ।ଦୁର୍ଗା ପୂଜାରେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନଦୀର ଗର୍ଭରେ ସୁସ୍ୱାଦୁ ଖାଦ୍ୟ ସହ ରଙ୍ଗୀନ ଲାଇଟ ସାଉଣ୍ଡର ମଜା ପାଇପାରିବେ ପର୍ଯ୍ୟଟକ।

Advertisement

ଏକ ବୋଟରେ ୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।ବୋଟଟିକୁ ସମ୍ପୂର୍ଣ୍ଣ ନିଆରା ଡିଜାଇନ ଓ ଲୁକ ସହ ଇଣ୍ଟେରିଅର କାମ କରାଯାଉଛି। ବୋଟରେ ୮ଜଣ ବସିବା ସହ ମ୍ୟୁଜିକର ବ୍ୟବସ୍ଥା ହୋଇଛି।  ରେଷ୍ଟୁରାଣ୍ଟର ମଜା ଉଠାଇବାକୁ ହେଲେ  OTDC କିମ୍ବା ସହଭାଗୀ ସଂସ୍ଥା ୱାଟର ସ୍ପୋର୍ଟସ ସିମ୍ପଲ ଇଣ୍ଡିଆ ସାଇଟରେ ବୁକ କରିପାରିବେ ପର୍ଯ୍ୟଟକ 

Leave a Reply

Your email address will not be published. Required fields are marked *