ସ୍ଥାୟୀ ନିଯୁକ୍ତି ଦାବିରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ।

ଅନୁଗୋଳ : ରାଜ୍ୟ ସରକାର ଠିକା ନିଯୁକ୍ତି ଉଛେଦ କରିବା ପରେ ଏବେ ସ୍ଥାୟୀ ନିଯୁକ୍ତି ପାଇଁ ଆଶାୟୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି।ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗରେ କଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଏବେ  ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି।ଏଖାଠି ହୋଇଛନ୍ତି ଜିଲାର ଦୁଇ ହଜାର ରୁ ଅଧିକ କର୍ମଚାରୀ। ସ୍ଥାଇ ନିଯୁକ୍ତି ଦେବାକୁ  ଦାବି କରିଛି ଅନୁଗୋଳ ଜିଲ୍ଲା outsourcing କର୍ମଚାରୀ ମହାସଂଘ ! ଯଦି ଆସନ୍ତା 15 ତାରିଖ ସୁଦ୍ଧା outsourcing କର୍ମଚାରୀଙ୍କୁ ନିୟମିତ ପ୍ରକ୍ରିୟାକୁ ନେବାଲାଗି ସରକାର କୌଣସି ନିଷ୍ପତି ନ ନିଅନ୍ତି ତେବେ ପରିସ୍ଥିତି ଜଟିଳ ହେବ ବୋଲି ଧମକ ଦେଇଛନ୍ତି ! ହଜାର ହଜାର କର୍ମଚାରୀ ଙ୍କ  ଅସନ୍ତୋଷ କାରଣ ରୁ  ଆସନ୍ତା 26 ତାରିଖରେ ଭୁବନେଶ୍ୱର  PMG ଛକରେ ଅନର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଧମକ ଦେଇଛନ୍ତି । ଅନୁଗୋଳ ଜିଲ୍ଲାର ସଭାପତି  ଯୁଗନମୟୀ ଦାଶ ଓ ସମ୍ପାଦକ ସଞ୍ଜୟ  ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ମହାସଂଘର ଜିଲ୍ଲା ସ୍ତରୀୟ ଜରୁରୀ ବୈଠକ ଅନୁଗୋଳ ସ୍ଥିତ ଗାନ୍ଧୀ ମାର୍ଗ ଠାରେ  ଅନୁଷ୍ଠିତ ହୋଇଅଛି ! ରାଜ୍ୟସ୍ତରୀୟ ମହାସଂଘର ସଭାପତି  ସଞ୍ଜୟ ପଟନାୟକ ଉକ୍ତ ସଭାରେ ଯୋଗଦେଇ କହିଛନ୍ତି ଯେ , ଜିଲ୍ଲାର ସମସ୍ତ ସରକାରୀ outsourcing କର୍ମଚାରୀ ତା 14 ଠାରୁ 19 ରିଖ ପର୍ଯ୍ୟନ୍ତ ଅଫିସ ଦପ୍ତରରେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ପ୍ରତିବାଦର ସ୍ୱର ଉଠାଇବେ ଏବଂ ନଭେମ୍ବର 26 ତାରିଖରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସରକାରୀ outsourcing କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଭୁବନେଶ୍ୱର ସ୍ଥିତ PMG ଛକରେ ଧାରଣାରେ ବସିବେ .

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଅକ୍ଟୋବର 15 ତାରିଖରେ ଚୁକ୍ତି ଭିତ୍ତିକ ପ୍ରଥାକୁ ବିଲୋପ କରି ଏକ ଐତିହାସିକ ନିଷ୍ପତି ଗ୍ରହଣ କରିଥିଲେ ! ମାତ୍ର ରାଜ୍ୟର ବିଭିନ୍ନ ସରକାରୀ ଅଫିସ୍ ରେ କାମ କରୁଥିବା outsourcing କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ନିଷ୍ପତି ନେଇ ନାହାନ୍ତି ଯାହା ଫଳରେ ସେମାନେ ଏବେବି ସ୍ୱଳ୍ପ ଦରମା ,ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗୋଟି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ! ସରକାରଙ୍କ outsourcing କର୍ମଚାରୀଙ୍କ ପ୍ରତି ଦୀର୍ଘ ଦିନର ଏହି ଅବହେଳାକୁ ନେଇ outsourcing କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଯାହାକି ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *