‘ପା’ ପକ୍ଷରୁ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ

ଅନୁଗୋଳ : ଅନୁଗୋଳ ଫଟୋ ଗ୍ରାଫର ଆସୋସିଏସନ ‘ପା’ ପକ୍ଷରୁ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ ହୋଇଯାଇଛି। ଜିଲାପାରିଷଦ ସମ୍ମିଳନୀରେ କକ୍ଷରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଅନୁଗୋଳ ଉପ ଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି  ମଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ର ସଭାପତି ଦିଲୀପ ଧୀର ସାମନ୍ତ ଙ୍କ ସଭାପତିତ୍ବରେ ଏହି ସଭାପରିଚାଳିତ ହୋଇଥିଲା। ଅନ୍ୟତମ ଅତିଥି ଭାବେ ND ଟିଭି ର ପୂର୍ବତନ କ୍ୟାମେରା ମ୍ୟାନ ସବ୍ୟସାଚୀ ପାଣିଗ୍ରାହୀ , ବିଶିଷ୍ଟ ଫଟୋ ଗ୍ରାଫର ଦେବାଶିଷ ମିଶ୍ର ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସଙ୍ଘ ର ଉପଦେଷ୍ଟା ଜୟକୃଷ୍ଣ ପାତ୍ର ଅତିତଭାବେ ଯୋଗ ଦେଇ ଆଜିର ଦିନରେ ମହତ୍ତ୍ୱ ସମ୍ପର୍କରେ ମତ ଦେଇଥିଲେ। ସମୟ ଅନୁସାରେ ଫଟୋ ଗ୍ରାଫି ର ଶୈଳୀ  ବଦଳିଛି। ଚାହିଦା ମଧ୍ୟ ଭିର୍ଣ୍ଣ ହୋଇଛି। ତାକୁ ନଜରେ ରଖି ଆଜିର ଫଟୋ ଗ୍ରାଫର ମାନେ ଫଟୋ ଗ୍ରାଫି କରିବାକୁ ଅତିଥି ମାନେ ମତ ଦେଇଥିଲେ। ଯୁଗୋପଯୋଗୀ ଫଟୋ ଗ୍ରାଫି ଫଟୋ ଗ୍ରାଫର ମାନକୁ ଆହୁରି ଆଗକୁ ନେବ ବୋଲି ଅତିଥିମାନେ ମତ ରଖିଥିଲେ।

Advertisement

ଏହି ଅବସରେ ଏକ ରକ୍ତଦାନ ଶିବିର ର ମଧ୍ୟ ଆୟୋଜନ ହୋଇଥିଲା। ସଭା କାର୍ଯ୍ୟ ପରେ ପରେ ଫଟୋ ଗ୍ରାଫି କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ମଧ୍ୟ ଆୟୋଜନ ହୋଇଥିଲା।  ବିଶିଷ୍ଟ ଫଟୋ ଗ୍ରାଫର ବେବାଶିଷ ମିଶ୍ର ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷଣ ଦେଇଥିଲେ। ଏହି ଅବସରେ ସଂଘର ୧୦ ମ ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା। ପା ର ସମ୍ପାଦକ ଦିନବନ୍ଧୁ ସାହୁ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଉପ ସଭାପତି ମନୋଜ କୁମାର ପାଳ କଯ୍ୟକାରୀ ସଭାପତି ଅନନ୍ତ କୁମାର ନାୟକ କୋଷାଧ୍ୟକ୍ଷ ଛବିଲ କୁମାର ସାହୁ ଙ୍କ ସହ ସଂଘ ର ଅନ୍ୟ ସଦସ୍ୟ ନବୀନ,ଅମୀୟ ଓ  ଟୁଲୁ ଅନ୍ୟ ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *