ପଦାଙ୍କ ଅନୁସରି

ପଦାଙ୍କ ଅନୁସରି

ବାସ୍ତବତାର ସ୍ବର ତ ଶୁଭୁଛି ।।
।।। ଛଳନା କବର ପରେ,
ନାରୀ ସଶକ୍ତିକରଣ ର ମନ୍ତ୍ର ।।
।।। ରାକ୍ଷସ ଆୟୁଧ କରେ ।

ଯୌତୁକ ଏଠି ପ୍ରୀତି ଉପହାର ।।
।।। ଦୁଷ୍କର୍ମ ଫେସନ ଚାଲିଛି,
ଆଇନର ଡର ପାଣିର ଗାର ।।
।।। ସ୍ବାଭିମାନ ଦେଖ ଶୋଇଛି ।

ସର୍ବସଂହା ନାରୀ ସହିବାକୁ ହୁଏ ।।
।।। ଆଇନ୍ ତା’ବାଟେ ଯାଏ ,
ରକ୍ଷକ ଏଠି ଭକ୍ଷକ ସାଜେ ।।
।।। କାହାକୁ କହିବ କିଏ ??

ବିଶ୍ବ ମହିଳା ଦିବସେ କହିବି ।।
।।। ବିଶ୍ୱାସ ଯାଇଛି ମରି,
ଫମ୍ପା ଡିଣ୍ଡିମ ପିଟେ ସରକାର ।।
।।। ନିର୍ଭୟା ଯାଏ ହାରି ।।

ଜାଗ୍ରତ ହୁଏ ହେ’ନାରୀ ସମାଜ ।।
।।। ସ୍ଥିତି ର ଅସ୍ତିତ୍ଵ ପାଇଁ,
ଭସ୍ମାଶୂର ପରା ତମରି ସୃଷ୍ଟି ।।
।।। ପରତେ ବିଶ୍ୱାସ ନାହିଁ ।

ଘରୋଇ ହିଂସା ପାଇଁ କମିସନ ।।
।।। ଯେତେ ଇଚ୍ଛା ଗଢିନିଅ,
ବିଶ୍ବ ମହିଳା ଦିବସ ପାଳିଲେ ।।
।।। ଦୂରେଇ ଯିବ କି ଭୟ ।

ଲୋଡା ଆଉ ଏକ ନବ ଜାଗରଣ ।।
।।। ଅସହଯୋଗ ର ପଥ,
ସ୍ବାଧୀନତା ନମେ ସ୍ବେଚ୍ଛାଚାରିତା ।।
।।। ନାରୀର ମହାବିପଦ ।

ସଂଯମୀ ହୋଇ ଜାଗ ସଂସ୍କୃତି ।।
।।। ପଦାଙ୍କ ଅନୁସରି,
ଲକ୍ଷ୍ମୀବାଈ ଗାର୍ଗୀ ପଦ୍ମା ସାଜିଲେ ।।
।।। ବିପଦ ଯିବ ହାରି ।।

ପଦାଙ୍କ ଅନୁସରି

© ଚତୁର୍ଭୁଜ ସାହୁ । ଓସ୍କାପାଲି
ରାଜକିଶୋର ନଗର , ଅନୁଗୋଳ

ମୋ.- ୭୯୭୮୬୯୪୫୧୬

Leave a Reply

Your email address will not be published. Required fields are marked *