ମାଆ ହାତରନ୍ଧା ବାସି ପଖାଳ କୁ
ଶାଗଭଜା ,ବଡିଚୁରା ,
ଦହି ପଖାଳକୁ ଆମ୍ବୁଲ ଠାକରା
ସୁଆଦ ଅଟେ ନିଆରା ।
ଓଡ଼ିଆଙ୍କ ପ୍ରିୟ ପଖାଳ କଂସା କୁ
ସାରା ବିଶ୍ୱ ଝୁରୁଅଛି,
ବାସିତୋରାଣି ରୁ ପିଇଦେଲେ ପେଟେ
ଆତ୍ମା ତୃପ୍ତି ହେଉଅଛି ।
ଡହ ଡହ ଖରା ପଖାଳ ଭାତ ରେ
ଆମ୍ବ ଛେଚା ମାଛ ଭଜା,
ଆଳୁ ବାଇଗଣ ଟମାଟୋ ପିଆଜ
ଖାଇବାକୁ ଲାଗେ ମଜା ।
ଓଡିଆ ବୋଲି ମୁଁ ଗର୍ବ କରୁଅଛି
ଜଗନ୍ନାଥ ଧାମେ ଘର,
ଟଙ୍କ ତୋରାଣି ରେ ସରାଗ ଆମର
ଭୋକ ଶୋଷ ହୁଏ ଦୂର ।
ପଖାଳ ଭାତରେ ମାଆର ମମତା
ରହିଅଛି ପରା ଭରି ,
ସେଥି ପାଇଁ ପରା ସାରା ବିଶ୍ୱ ଆଜି
ପଖାଳକୁ ହୁଏ ଝୁରି ।
ଦୀପକ କୁମାର ସାହୁ
ଯୋକୁବ, ବଡକେରା, ଅନୁଗୋଳ