ଚାରୋଟି ପର୍ଯ୍ୟାୟରେ ଅନୁଗୋଳରେ ହେବ ପଞ୍ଚାୟତ ନିର୍ବାଚନ

ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲାରେ ୨୨୫ଟି ଗ୍ରାମ ପଞ୍ଚାୟତ ଏବଂ ୨୮ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ନିର୍ବାଚନ ହବ କି ନାହିଁ ବୋଲି ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ  ତତ୍ପର ହୋଇ ପଡିଛନ୍ତି। କରୋନା  କଟକଣା ଭିତରେ ନିର୍ବାଚନ ହେବାକୁ ଥିବାରୁ ଯାହା ସବୁ ଗାଇଡ଼ ଲାଇନ ରହିଛି ସେସବୁକୁ କିଭଳି ପାଳନ କରାଯିବ ସେଥିପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚଳାଇଛି। ପ୍ରାର୍ଥୀମାନେ ମଧ୍ୟ ନିୟମ ଭିତରେ ରହି ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଫେବୃଆରୀ ୧୬ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ଜିଲ୍ଲାର ଅନୁଗୋଳ ଓ ବଂରପାଳ ବ୍ଲକରେ ନିର୍ବାଚନ ହେବାକୁ ଥିବା ବେଳେ ୧୮ ତାରିଖରେ ଛେଣ୍ଡିପଦା ଓ କଣିହାଁ ବ୍ଲକ ରେ ଥିବା ପଞ୍ଚାୟତ ଗୁଡିକ ପାଇଁ ଭୋର୍ଟ ଗ୍ରହଣ କରାଯିବ । ସେହିଭଳି ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖରେ ଆଠମଲ୍ଲିକ ଓ ପାଲଲହଡା ବ୍ଲକ ରେ ନିର୍ବାଚନ ହେବାକୁ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ୨୨ଟେରିଖରେ ତାଳଚେର ଓ କିଶୋର ନଗର ବ୍ଲକ ପାଇଁ ମତଦାନ କରାଯିବ । ତେଣୁ ସମସ୍ତ ପ୍ରାର୍ଥୀ କିଭକି ଆଚରଣ ବିଧି ମାନିବେ ଏବଂ କରୋନା କଟକଣା ପ୍ରତି ସଜାଗ ହେବେ ସେଥିପାଇଁ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *