ପରି ହତ୍ୟାକାଣ୍ଡ ମାମଲା ,ଏବେ ହେବ ଆଇନ ର ଲଢେଇ : ଅଭିଯୁକ୍ତ ଙ୍କ ଓକିଲ.

ଅନୁଗୋଳ :ନୟାଗଡ଼ ର ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଏକ ପ୍ରକାର ଶେଷ ଅବସ୍ଥାରେ ପହଂଚିଛି। ଏସ ଆଇ ଟି କୋର୍ଟକୁ ଚାର୍ଜ ସିଟ ପଠାଇଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଅଭିଯୁକ୍ତକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଆଜି ପୂର୍ବାହ୍ନ ରେ ଅଭିଯୁକ୍ତଙ୍କ ଓକିଲ ମାନସ ଚାନ୍ଦ ଏବଂ ଚନ୍ଦ୍ର ବିଜୟ ମିଶ୍ର ଅନୁଗୋଳ ପର୍ଯ୍ୟବେକ୍ଷଣ  ଗୃହକୁ ଆସି ଅଭିଯୁକ୍ତଙ୍କ ସହ ଭେଟି ବା ସହ ତାର ବୟାନ ରେକର୍ଡ କରିଛନ୍ତି। ଆସନ୍ତା କାଲି ପୁଣି ଥରେ ଯୁଭେନାଲ ଜଷ୍ଟିସ ବୋର୍ଡ ଙ୍କ ଠାରେ  ଆଉ ଏକ ପିଟିସନ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ବର୍ତମାନ ଯାହା କିଛି ଚାଲିଛି ସବୁ କପୋଲ କଳ୍ପିତ। ଯେଉଁ ତଦନ୍ତ ରୋପୋର୍ଟ ଆଧାରରେ ଜୁଭେନଇଲ ବୋର୍ଡ ଅଭିଯୁକ୍ତଙ୍କୁ ସାବାଳକ ଭାବେ ଗ୍ରହଣ କରି ବିଚାର କରିବାକୁ ଆସେସମେଣ୍ଟ କରିଛନ୍ତି ସେହି ଆସେସମେଣ୍ଟ ବିରୁଦ୍ଧରେ ଆସନ୍ତା କାଲି ଅପିଲ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ ମାନସ ଚାନ୍ଦ କହିଛନ୍ତି।

Advertisement

ଏହାଛଡା ଅଭିଯୁକ୍ତ ସମ୍ପୂର୍ଣ୍ଣ ନିର୍ଦୋଷ। ତାକୁ ନିର୍ଯ୍ୟାତନା ଦେଇ ବାଧ୍ୟତାମୂଳକ ଭାବେ ଦୋଷ ସ୍ୱୀକାର କରିବାକୁ କୁହାଯାଇଛି। ତେଣୁ ସମୟ ଲାଗିବ। କିନ୍ତୁ ଆମେ ନିର୍ଦୋଷ ସାବ୍ୟସ୍ତ କରିବୁ। ଏହାପରେ ଯେଉଁମାନେ ଏଭଳି ମିଛ ତଦନ୍ତ କରି ଫସେଇ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ମାନ ହାନି ମକଦମା ଦାୟର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତା କାଲି ଠାରୁ ଅଭିଯୁକ୍ତଙ୍କ ଆଇନଗତ ଲଢେଇ ଆରମ୍ଭ ହେବ

Leave a Reply

Your email address will not be published. Required fields are marked *