ଶିକ୍ଷା ପାଇଁ ସମର୍ପିତ ‘ ପାଠଶାଳା’ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଦେବ ମେଧା ସମ୍ମାନ

 ଅନୁଗୋଳ :  ଶିକ୍ଷା ପାଇଁ ସମର୍ପିତ ପାଠଶାଳା ଏକ ସାମାଜିକ ଅନୁଷ୍ଠାନ। ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ କରୁଛି । ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ(ଉଭୟ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ )ପରୀକ୍ଷା ରେ ଶ୍ରେଷ୍ଠ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ନବମାଳତୀ ମେଧା ସମ୍ମାନ ପ୍ରଦାନ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଭବାନୀ ଶଙ୍କର ସାହୁ, ନୀତିଶ ବେହେରା, ଦିବ୍ୟଜ୍ୟୋତି ନାୟକ, ଶୁଭଙ୍କର ସାହୁ, ଲିଙ୍ଗରାଜ ମୁଦୁଲି  ଉପସ୍ଥିତ ରହି ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନ ଦ୍ୱାରା ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏଠାରେ ବିଭିନ୍ନ ପୁସ୍ତକ ପାଠକମାନଙ୍କୁ ମାଗଣାରେ ପଢିବାକୁ ଯୋଗାଇ ଆସିଛି। ଇତି ମଧ୍ୟରେ ପ୍ରାୟ ଶହେ ଜଣ ପାଠକ ପାଠାଗାରରୁ ବହିନେଇ ପଢି ଉପକୃତ ହୋଇଛନ୍ତି।କୋଭିଡ ମହାମାରୀ ସମୟରେ ଘରେ ରହୁଥିବା ଜନସାଧାରଣଙ୍କୁ ମାଗଣାରେ ପଢିବାକୁ ବିଭିନ୍ନ ପୁସ୍ତକ ମଧ୍ୟ ପ୍ରଦାନ କରିଛି।  ଆର୍ଥିକ ଅବସ୍ଥା ଭଲ ନଥିବା ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ କରିଆସିଛି। ବିଭିନ୍ନ ଶିଶୁ ଗୃହ, ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରି ଆସିଛି। ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତ ବର୍ଷ ଠାରୁ ଆଉ କିଛି କରିବାକୁ ପ୍ରୟାସ ଜାରି ରଖିଛି ।ଆଗାମୀ  ଦିନରେ ଓଡ଼ିଆ ଭାଷାରେ ଶ୍ରେଷ୍ଠତ୍ୱ ପାଇଥିବା ଛାତ୍ରଛାତ୍ରୀ ଙ୍କୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ ପ୍ରଦାନ କରିବ ସହ ଦଶମ ଓ ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପ୍ରଦାନ କରିବାର ଲକ୍ଷ ରଖିଛି ଏହି ଅନୁଷ୍ଠାନ ।ଶିକ୍ଷା ଅନଗ୍ରସର ଅଂଚଳରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥ ଓ ଆର୍ଥିକ ସ୍ତରରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ  କରିବା ର ପ୍ରୟାସ କରିବ ଏହି ପାଠଶାଳା ଅନୁଷ୍ଠାନ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *