କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।
ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ