ପିପିଲି ଉପନିର୍ବାଚନ, ପରିଚାଳନା କରିବେ ୪ ନେତା,ସୁପ୍ରିମୋ ଦେଲେ ଦଇତ୍ଵ ।

ଭୁବନେଶ୍ଵର :ପିପିଲି ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ୪ ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତ।ସୂଚନା ଅନୁଯାୟୀ, ତିନି ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ଆଜି ଠାରୁ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଛି । ଏସବୁ ଭିତରେ ବିଜେଡ଼ି ନିଜ ପିପିଲି ଗଡ଼ ବଜାୟ ରଖିବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ।

Leave a Reply

Your email address will not be published. Required fields are marked *