ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ।

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ୍‌ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଖବର ଶୁଣି କଂଗ୍ରେସ ନେତାମାନେ ଆପୋଲୋ ହସ୍‌ପିଟାଲ ପହଂଚିଛନ୍ତି।ଅଜିତ ମଙ୍ଗରାଜ ଗତ ୮ ତାରିଖ ଦିନ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡେଲାଙ୍ଗ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।  ବେରବୋଇଠାରେ କଂଗ୍ରେସର ପ୍ରଚାର ଚାଲିଥିଲା। ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ।

Advertisement

Leave a Reply

Your email address will not be published. Required fields are marked *