ପିପିଲି ଉପନିର୍ବାଚନ : ଆଜି ଧର୍ମେନ୍ଦ୍ରଙ୍କ ରୋଡ଼ ଶୋ’

ପିପିଲି : ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ପୂର୍ବାହ୍ନରେ ଆଶ୍ରିତଙ୍କୁ ସାଙ୍ଗରେ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରା ବଜାରରୁ ରୋଡ଼ ଶୋ କରି ପିପିଲି ବ୍ଲକ, ପିପିଲି ଏନ୍‌ଏସି ଓ ଡେଲାଙ୍ଗ ବ୍ଲକରେ ନିର୍ବାଚନୀ ପ୍ରଚାର କରିବେ। ସୂଚନାଯୋଗ୍ୟ, ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ପ୍ରଚାର କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *