୩ ଫେବ୍ରୁଆରି ରେ ସମ୍ବଲପୁର ଆସିବେ ମୋଦୀ

ଭୁ‌ବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ର୍ରୁଆରି ୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତରେ ଆସି ସେ ସମ୍ବଲପୁରସ୍ଥିତ ଆଇଆଇଏମ ଦ୍ବାରା ଆୟୋଜିତ ସମାରୋହରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ସାମଲ କହିଛନ୍ତି ସମ୍ବଲପୁର ଆଇଆଇଏମ୍‌ରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ସମାବେଶ କରିବେ। ମୋଦୀଙ୍କ ସମାବେଶକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଇଛି। ଓଡ଼ିଶାରେ ପୂର୍ବରୁ ହୋଇଥିବା ସମାବେଶ ତୁଳନାରେ ଏହା ନିଆରା ହେବ ବୋଲି ଦଳ କହିଛି।ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କ ବଳ ବଢ଼ାଇ ପାରନ୍ତି। ଅନ୍ୟପଟରେ ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପିରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନିତିନ ଗଡ଼କରି ଓ ରାଜନାଥ ସିଂ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।

Leave a Reply

Your email address will not be published. Required fields are marked *