ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଥରଭଳି ଚଳିତ ଥର ମଧ୍ୟ କରୋନା କଟକଣା ମଧ୍ୟରେ ଦେଶ ପାଳୁଛି ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୩ ସେନା ମୁଖ୍ୟଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି ।

ଏହି ଅବସରରେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରମାୀଙ୍କ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ସେମାନଙ୍କୁ ପ୍ରଣାମ କରିବା ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ କରୋନା କାଳରେ ଲୋକଙ୍କ ସେବାରେ ଜଡ଼ିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ସଫେଇ କର୍ମଚାରୀ, ଭ୍ୟାକ୍ସିନେସନ୍ କାର୍ୟ୍ୟକ୍ରମରେ ଜଡ଼ିତ କର୍ମଚାରୀ, ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବାର ସମୟ । ଏଥିସହିତ ନୂଆଦିଲ୍ଳୀରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ଅବସରରେ ଉପସ୍ଥିତ ଅଲମ୍ପିଆନ୍ଙ୍କୁ ଉତ୍ସାହିତ କରିବା ନେଇ ସମ୍ମିଳୀତ ଭାବେ କରତାଳି ଦେବାକୁ ଆହ୍ୱାନ ଦେଇଥିଲେ

ଆସନ୍ତା ବର୍ଷଠାରୁ ଅଗଷ୍ଟ ୧୪କୁ ବିଭାଜନ ବିଭିଷୀକ ସ୍ମୃତି ଦିବସ ଭାବେ ପାଳନ କରାଯିବ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ,“ଅମୃତ କାଳକୁ ୨୫ବର୍ଷ ବାକି ଅଛି, କିନ୍ତୁ ସେ ପର୍ୟ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ନାହିଁ । ସ୍ୱାଧୀନତାର ୧୦୦ ବର୍ଷ ପାଳନ ଅବସରରେ ଆମକୁ ଏକ ନୂତନ ଭାରତ ଗଠନ ଆରମ୍ଭ କରିବା ଆବଶ୍ୟକ । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ଦ୍ୱାରା ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ପୂର୍ବରୁ ଆମକୁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଲକ୍ଷ୍ୟକୁ ପୂରଣ କରିବାକୁ ପଡିବବୋଲି ପ୍ରଧାନ ମନ୍ତ୍ରୀ କହିଥିଲେ ।