ଭୁବନେଶ୍ୱର: ବୁଧବାର ଧାମରା ବନ୍ଦର ନିକଟରେ ୧୩୦-୧୪୦ କିଲୋମିଟର ବେଗରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିଥିଲା | ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ୟାସର ତାଣ୍ଡବ ପରେ ଏବେ ଲକ୍ଷାଧିକ ଘର ନଷ୍ଟ ହୋଇଛି | ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଗସ୍ତରେ ମୋଦୀ ଆସିବେ ବୋଲି ଜଣାପଡିଛି |

ପ୍ରଥମେ ଭୁବନେଶ୍ୱରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶମାର୍ଗରେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ବୁଲି ଦେଖିବେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସାରିବା ପରେ ସେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି |