୮୬ତ୍ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ।

ଅନୁଗୋଳ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆ ରେ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ DIG ସାର୍ଥକ ଷଢ଼ଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ ସବୁ କ୍ଷେତ୍ରରେ ରହି କାର୍ଯ୍ୟ କରି ଆସୁଛି । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ସମୟରେ ପୋଲିସ ଧାର୍ଯ୍ୟର ସହ କାର୍ଯ୍ୟ କରିବାକୁ ନେଇ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି । ଏହା ବ୍ୟତିତ କୋରନା ମହାମାରୀ ବେଳେ ମଧ୍ୟ ପୋଲିସ  ସାହସ ଓ ଧର୍ଯ୍ୟ ର ନିଜର ଦାଇତ୍ୱ ସଂପାଦନ କରିଛି  ଦାଇତ୍ୱ ଥିବା ବେଳେ ଅନୁଗୋଳ ଜିଲାର ଜଣେ ସବ ଇନ୍ସପେକ୍ଟର ମଧ୍ୟ  ସହିଦ ହୋଇଛନ୍ତି । ତେଣୁ କୋରନା ମୁକାବିଲା ସମସ୍ତ ଙ୍କ ପାଇଁ  ଚ୍ୟାଲେଞ୍ଜ ହୋଇଛି ବୋଲି  ମୁଖ୍ୟ ଅତିଥି ମତ ରଖିଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । କାର୍ଯ୍ୟ କ୍ରମରେ ଅନୁଗୋଳ ଏସପି ଜଗମୋହନ ମିନା ଙ୍କ ସମେତ ବୋହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ   ଦେଇଥିଲେ ।ଏହି ଅବସରେ ଅନୁଗୋଳ ଜିଲା ପୋଲିସ ରେ କଯ୍ୟକରୁଥିବା ଶ୍ରେଷ୍ଠ ପୋଲିସ କର୍ମଚାରୀ ଓ ପ୍ଲାଜ୍ମା ଦାନ କରିଥିବା ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *