କଳାହିରାର ସହର ରେ ଧଳା ଜହର କାରବାର ।

ଅନୁଗୋଳ: କଳାହିରା ର ସହର କୋଇଲା ନଗରୀ ତାଳଚେରରେ ହେଉଛି ବ୍ରାଉନ ସାଗର ର କାରବାର। ଅନୁଗୋଳ ଜିଲ୍ଲା ତାଳଚେର ପୁଲିସ ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଦେଇଥିବା ସୁଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ତାଳଚେର ପୁଲିସର ଏକ ଟିମ ରାଜପଥରେ ଛକି ରହିଥିବା ବେଳେ ବଅଁରପାଳରୁ ତାଳଚେର ଅଭିମୂଖେ ଆସୁଥିବା ଓଡି୧୯ସି-୩୨୮୪ ଗାଡିକୁ ଅଟକାଇଥିଲା । ପୁଲିସ କୁ ଦେଖି କାର ଟି ଖସି ଯିବାକୁ ଚେଷ୍ଟା କରିଥିବା ପୋଲିସ ଗାଡିଟି କୁ ଅଟକାଇ ଥିଲା। ତେବେ ପୁଲିସ ଡ୍ରାଇଭର ଏବଂ ଗାଡିରେ ଥିବା ଅନ୍ୟମାନଙ୍କୁ କାବୁ କରି ନେଇଥିଲା । ଯାଞ୍ଚ ଓ ପଚରାଉଚରା ବେଳେ ତାଙ୍କ ନିକଟରୁ ୧୩.୭୩୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ସେମାନେ ଏହି ବ୍ରାଉନସୁଗାର ତାଳଚେର ଅଞ୍ଚଳରେ ବିକ୍ରି କରିବାକୁ ଆଣିଥିଲେ ବୋଲି ଜଣା ପଡିଛି । ପୁଲିସ ସମସ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଳନ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ବ୍ଲକ ଅନାଦିପୁରର ହରେଶ ଓରଫ ଦୁଷ୍ମନ୍ତ ବଗାର , କିଶୋରିପାଳ ଗ୍ରାମର କିଶୋର କୁମାର ନାଏକ , ତାଳଚେର ଥାନା ଅରାସାହିର ବାଳକୃଷ୍ଣ ଭୂତିଆ, ତାଳଚେର ପୌରାଞ୍ଚଳ ରେମୁଆଁର ମନୋଜ ପଟନାୟକ ,ସ୍କଟଲାଣ୍ଡପୁରର ଚତୁରା ନାଏକ, ଖୋର୍ଦ୍ଧା ଗୁରୁଜାଙ୍ଗ ଟାଙ୍ଗିସାହିର ସୋମନାଥ ସାହୁ । ପୁଲିସ ସେମାନଙ୍କ ଠାରୁ ୩ଟି ମୋବାଇଲ ଓ କାର ମଧ୍ୟ ଜବତ କରିଥିବା ବେଳେ ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଳନ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *