ନିଲାମ ହେବାକୁ ଯାଉଛି ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ବ୍ୟାଡମିଣ୍ଟନ ରାକେଟ…..

ଭୁବନେଶ୍ୱର: ନିଲାମ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ବ୍ୟାଡମିଣ୍ଟନରେ ଗୌରବ ଆଣିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କ ରାକେଟ | ଆଉ ଏହି ରାକେଟର ନିଲାମ ପରେ ମିଳିବାକୁ ଥିବା ଅର୍ଥ ‘ନମାମି ଗଙ୍ଗେ’ ଅଭିଯାନରେ ଖର୍ଚ୍ଚ କରାଯିବ | ଆଜିଠାରୁ ଅକ୍ଟୋବର ୭ ତାରିଖ ଯାଏଁ https://pmmementos.gov.in/ ରେ ଏହି ରାକେଟ ବିକ୍ରି ପାଇଁ ଉପଲବ୍ଧ ରହିବ | ଏହାର ବେସ ପ୍ରାଇସ ବା ପ୍ରାରମ୍ଭିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ଥିବାବେଳେ ଏଥିରେ ପ୍ରମୋଦ ଭଗତଙ୍କର ଅଟୋଗ୍ରାଫ ରହିଛି | ଏହି ବ୍ୟାଡମିଣ୍ଟନ ରାକେଟକୁ ପ୍ରମୋଦ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ।

| ଆଉ ମୋଦୀଙ୍କୁ ମିଳିଥିବା ଏହି ବ୍ୟାଡମିଣ୍ଟନ ରାକେଟକୁ ନିଲାମ କରାଯାଇ ଉପଲବ୍ଧ ଅର୍ଥକୁ ‘ନମାମି ଗଙ୍ଗେ’ ଅଭିଯାନରେ ବ୍ୟବହାର କରାଯିବ | ସୂଚନା ଥାଉ କି ଟୋକିଓ ପାରାଲିମ୍ପିକ୍ସରେ ପ୍ରମୋଦ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଓ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବ୍ୟାଡମିଣ୍ଟନରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି

Leave a Reply

Your email address will not be published. Required fields are marked *