ବିଶ୍ବର ସବୁଠାରୁ ଲୋକ ପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଲୋକ ପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଶୀର୍ଷରେ ରହିଛନ୍ତି। ଆମେରିକା ଓ ରୁଷିଆ ସହିତ ବହୁ ୟୁରୋପୀୟ କ୍ଷମତାଶାଳୀ ରାଷ୍ଟ୍ରନେତାଙ୍କୁ ପଛରେ ପକାଇ ମୋଦୀ ପୁଣିଥରେ ଲୋକପ୍ରିୟତାକୁ ନେଇ ଏକ ନମ୍ବରରେ ରହିଛନ୍ତି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ନେଇ ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ ସର୍ଭେ କରିଥିଲା ବେଳେ ମୋଦୀଙ୍କୁ ଏହି ତାଲିକାର ଶୀର୍ଷରେ ରଖୀଛି। ଏହି ସର୍ଭେରେ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୧ ପ୍ରତିଶତ ରହିଛି। ଯାହାକି ବିଶ୍ବର ଅନ୍ୟ ଯେକୌଣସି ନେତାଙ୍କ ତୁଳନାରେ ସବୁଠୁ ଅଧିକ। ଏହି ତାଲିକାରେ ମୋଟ ୧୩ ନେତାଙ୍କ ମଧ୍ୟରୁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରେଟିଂ ପଏଣ୍ଟ ୪୩ ପ୍ରତିଶତ ରହିଥିବା ବେଳେ ସେ ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ବାଇଡେନଙ୍କ ପଛକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୭ମ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୧ ପ୍ରତିଶତ ରେଟିଂ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛନ୍ତି।

ମୋଦୀଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୬୬ ପ୍ରତିଶତ ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି ୬୦ ପ୍ରତିଶତ , ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୪୮ ପ୍ରତିଶତ , ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜୋ ୪୪ ପ୍ରତିଶତ , ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୪୩%, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୧ ପ୍ରତିଶତ, ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ୪୦ ପ୍ରତିଶତ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ-ଇନ୍ ୩୮ ପ୍ରତିଶତ, ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସେନାରୋ ୩୭ ପ୍ରତିଶତ , ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ୩୪ ପ୍ରତିଶତ ହାସଲ କରିଛନ୍ତି। ତେବେ ଏହି ତାଲିକାର ସବୁଠୁ ନିମ୍ନରେ ରହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ବୋରିସ ଜନସନ ନିକଟରେ ଏକ ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଥିଲା ବେଳେ ତାଙ୍କୁ ମାତ୍ର ୨୬ ପ୍ରତିଶତ ରେଟିଂ ପଏଣ୍ଟ ମିଳିଛି।

Leave a Reply

Your email address will not be published. Required fields are marked *