ଭୁବନେଶ୍ୱର : ଆଜି ଅନୁଗୋଳ ରେ ପ୍ରିୟଙ୍କା ଗାନ୍ଧୀ ସଂଘଠନ ଅଲ ଇଣ୍ଡିଆ ଓଡ଼ିଶା ପ୍ରଦେଶ ପକ୍ଷରୁ ଏକ ମିଶ୍ରଣ ପର୍ବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇ ଯାଇଛି ।ଏଥିରେ ପ୍ରଥମେ ପ୍ରିୟଙ୍କା ଗାନ୍ଧୀ ସଂଘଟନ ର ରାଜ୍ୟ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧିତ କରାଗଲା ଏବଂ ନୂତନ କାର୍ଯ୍ୟକର୍ତ୍ତା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଦୁଷ୍ମନ୍ତ କୁମାର ଦଳବେହେରା ସଭାପତିତ୍ୱ କରିଥିଲେ ଏବଂ ମଞ୍ଚାସିନ ଅଥିତି ମାନେ କଂଗ୍ରେସ ଦଳ ବିଷୟରେ କର୍ମୀ ମାନକୁ ଉଦବୋଧନ ଦେଇଥିଲେ ।ଏଥିରେ ବରିଷ୍ଟ କଂଗ୍ରେସ ନେତା ଦିଗମ୍ବର ଗଡନାଇଆୟ ନିଜ ବକ୍ତବ୍ୟ ରେ କଂଗ୍ରେସ ଦଳର କାର୍ଯ୍ୟକ୍ରମ ବାବଦରେ କର୍ମୀ ମାନକୁ ଉଦବୋଧନ ଦେଇଥିଲେ ଏବଂ ପୂର୍ବତନ ସାଧାରଣ ସମ୍ପାଦକ ଜୟନ୍ତ ସହୁ ଆଗାମୀ ଦିନରେ କଂଗ୍ରେସ କିଭଳି କ୍ଷମତା କୁ ଆସିବ ଏବଂ କଂଗ୍ରେସ କର୍ମୀ ମାନେ ଏକଯୁଟ ହୋଇ କାମ କଲେ କୌଣସି ଶକ୍ତି ହରେଇ ପାରିବ ନାହି ବୋଲି କହିଥିଲେ। ମଞ୍ଚଶିନ ଅତିଥି ମାନକ ମଧ୍ୟରେ ବରିଷ୍ଟ କଂଗ୍ରେସ ନେତା ବଳବିର ସିଂହ ନିଜ ବକ୍ତବ୍ୟରେ କିପରି ସଂଘଟିତ ହେଇ କାମ କରିବେ ସେ ବିଷୟରେ କହିଥିଲେ ।ଏଥିରେ ଛାତ୍ର ଜିଲ୍ଲା ଛାତ୍ର ସଭାପତି ପଦ୍ମୁନ ସାହୁ ସଭା କାର୍ଯ୍ୟରେ ଧନ୍ୟବାଦ୍ ଦେଇଥିଲେ।

ବିଜେପି ଏବଂ ବିଜେଡି ଦଳରୁ ଆସିଥିବା କର୍ମୀ ମାନକୁ ଉପସଭାପତି ମାନସ ବିଶ୍ଵାଳ ତାଙ୍କୁ ସ୍ବାଗତ କରିଥିଲେ। ଏବଂ ଏଥିରେ ବାଳୁଅକଟା ପଞ୍ଚାୟତର 200 ରୁ ଉର୍ଦ୍ଧ ବିଜେପି ଏବଂ ବିଜେଡି କର୍ମୀ ମାନେ କଂଗ୍ରେସ ଦଳରେ ନୂତନ ଭାବେ ଯୋଗଦାନ କଲେ ଏବଂ କର୍ମୀ ମାନକୁ ଉତରି ଏବଂ ପୁଷ୍ପ ଗୁଛ ଦେଇ ଅଭିଷେକ ନାୟକ(ରାଜା) ଏବଂ ସୁନିଲ ଗୁଛାୟାଟ,ରାକେଶ ଗୋଚ୍ଛାୟତ ଜଗନ୍ନାଥ ବେହେରା,ଚିତ୍ତରଞ୍ଜନ ସାମଲ, ଏବଂ ବଳୁଆ କଟା ପଞ୍ଚାୟତର ପ୍ରିୟଙ୍କା ଗାନ୍ଧୀ ସଂଘଟାନ ର ସୁଡାନି ବେହେରା ଏବଂ କୁମୂର୍ଶିଂହ ପଞ୍ଚାୟତର କ୍ରିଷ୍ଣା ଗୋଛାୟତ ଏବଂ ପରଙ୍ଗ ପଞ୍ଚାୟତ ମାନସ ଗୋଚ୍ଛାୟତ,ବାବୁ ଗୋଚ୍ଛାୟତ କର୍ମୀ ମାନକୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭା ଶେଷରେ ନିଜ ବକତବ୍ୟରେ ଶ୍ରୀ ସ୍ୱାଇଁ ଏବଂ ଦୀପକ କୁମାର ରାଉତ ଧନ୍ୟବାଦ ଦେଇଥିଲେ ..ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ନିଜର ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲୋକଙ୍କ ପାଇଁ କାମ କରିବା ସହ ଏହି ଭ୍ରଷ୍ଟାଚାର ଦଳ ବିଜେପି ଏବଂ ବିଜେଡି ଦଳକୁ କଟୁ ସମାଲୋଚନା କରିବା ସହ ଆଗାମୀ ଦିନରେ ସରକାର ଦଳକୁ ବଙ୍ଗୋପ ସାଗର ରେ ଜନତା ପକେଇ ଦେବେ ଶ୍ରୀ ସ୍ୱାଇଁ କହିଥିଲେ ଓଡ଼ିଆ ବର୍ଣ୍ଣମାଳା ର ପ୍ରଥମ ଅକ୍ଷର ଅ ରୁ ଆରମ୍ଭ ସେମିତି ଅନୁଗୋଳ ଜିଲ୍ଲା ଅ ରୁ ଆରମ୍ଭ ଆଜି ଏହି ଅ ରୁ ମୂଳଦୁଆ ପଡ଼ିଲା ଏବଂ ଆଗାମୀ ଦିନରେ ଏହି ଭ୍ରଷ୍ଟାଚାର ଦଳକୁ ନ ହଟେଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ତେବେ ପ୍ରିୟଙ୍କା ଗାନ୍ଧୀ ସଂଘଠନ ପକ୍ଷରୁ ଏତେବଡ଼ ଆୟୋଜନ ହୋଇଥିବା ବେଳେ ଜିଲା କଂଗ୍ରେସ ସଭାପତି ଏହି ସଭା ରେ ଯୋଗ ଦେଇ ନଥିଲେ । ଯାହାକୁ ନେଇ ଭିନ୍ନ ରାଜନୈତିକ ଚର୍ଚ୍ଚା ହୋଇଛି । ତେବେ ଆୟୋଜକ କହିଛନ୍ତି ସେ ସଭାପତି ଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ଅନ୍ୟ କୌଣସି କାଯ୍ୟକ୍ରମ ପାଇଁ ସେ ସେଠାକୁ ଯାଇ ନଥିବା କହିଛନ୍ତି। ଏନେଇ ସୁନୀଲ ଙ୍କ ଯୋଗାଯୋଗ ହୋଇ ନାହିଁ ।


