ଆସନ୍ତା ୨୫ ତାରିଖ ଠାରୁ ଟାଟା ଷ୍ଟିଲ ବିଏସଏଲ ସମ୍ମୁଖରେ ଆନ୍ଦୋଳନ କରିବ ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ।

ଚଳିତ ମାସ ଆସନ୍ତା  ୨୫ତାରିଖ ଠାରୁ ଟାଟା ଭୂଷଣ ଷ୍ଟିଲ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରାଯିବ। କାରଖାନାକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଜିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ସୂଚନା ଦେଇଛି। ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ, ବ୍ରାହ୍ମଣୀ ଟ୍ରକ ମାଲିକ ସଙ୍ଗର ସମ୍ପାଦକ ବିଜୟ କୁମାର ଧଳ, ଉପସଭାପତି ନରେନ୍ଦ୍ର କୁମାର ସାହୁଙ୍କ ସମେତ ସଂଘର ବହୁ କର୍ମକର୍ତା ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି।

ସଙ୍ଘ ଅଭିଯୋଗ କରିଛିଯେ ଟାଟା ଭୂଷଣ କାରଖାନାରେ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଆଦୌ ଅଗ୍ରାଧିକାର ଦିଆ ଯାଉ ନାହିଁ। କାରଖାନାରେ ପ୍ରାୟ ୧୯ହଜାର କର୍ମଚାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରୁଛନ୍ତି। କିନ୍ତୁ ଦୁଃଖର କଥା ମାତ୍ର ଶତକଡା ୩ ଭାଗ ଓଡ଼ିଆ କର୍ମଚାରୀ ଅଛନ୍ତି। କାରଖାନା ଯୋଗୁ ଜମି ହରାଇଥିବା କ୍ଷତିଗ୍ରସ୍ତ ପ୍ରଜା ଚାକିରୀ ନପାଇ ଟ୍ରକ କିଣି ପରିବହନରେ ଲଗାଇବାକୁ କର୍ତ୍ତୃପକ୍ଷଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ଶୁଣୁ ନାହାନ୍ତି। ଅନୁଗୁଳ ଠାରୁ ମେରାମୁଣ୍ଡଳୀ ପର୍ଯ୍ୟନ୍ତ ରାସ୍ତାରେ କାରଖାନାର ଶତାଧିକ ଗାଡି ଚଳାଚଳ କରୁଛି। ଫଳରେ ସାଧାରଣ ଜୀବନ ଯାତ୍ରା କଷ୍ଟକର ହୋଇ ପଡିଛି। ଧୂଳି ଉଡି ପ୍ରଦୂଷଣ ବଢ଼ିବାରେ ଲାଗିଛି। କିନ୍ତୁ ପାଣି ସିଞ୍ଚନ କରା ଯାଉ ନାହିଁ। ଟ୍ରାଫିକ ସମସ୍ୟା କହିଲେ ନସରେ।

ଏସମସ୍ତ ସମସ୍ୟାର ସମାଧାନ ପାଇଁ ସଙ୍ଘ ଗତ ୩ମାସ ପୂର୍ବେ ପ୍ରଶାସନକୁ ଲିଖିତ ଭାବେ ଜଣାଇ ଥିଲା। ଜିଲାପାଳଙ୍କ ମଧ୍ୟସ୍ଥତାରେ ବୈଠକ ମଧ୍ୟ ହୋଇଥିଲା। ବୈଠକରେ କାରଖାନା କର୍ତ୍ତୃପକ୍ଷ ସମାଧାନ କରିବାକୁ ରାଜି ହୋଇଥିଲେ। କିନ୍ତୁ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇ ନାହି। ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୫ତାରିଖ ଠାରୁ ଢେଙ୍କାନାଳ ଜିଲାର ୭ଟି ଏବଂ ଅନୁଗୁଳ ଜିଲ୍ଲାର ୫ଟି ପଞ୍ଚାୟତର ହଜାର ହଜାର କ୍ଷତିଗ୍ରସ୍ତ ପ୍ରଜା କାରଖାନା ଆଗରେ ଧାରଣା ଦେବେ। କାରଖାନାକୁ ଅଚଳ କରିଦେବେ ବୋଲି ଚେତାବନୀ ଦେଇଛି ସଙ୍ଘ।

Leave a Reply

Your email address will not be published. Required fields are marked *