ଲର୍ଡସ୍‌ ଟେଷ୍ଟ୍‌, ସ୍ଥିତି ସମ୍ଭାଳିଛନ୍ତି ପୂଜାରା-ରାହାନେ

ଲଣ୍ଡନ: ଚଳିତ ଲଡର୍‌ସ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ସ୍ଥିତି ଏବେ ସଙ୍କଟରେ। ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆର ଟପ ଅର୍ଡର ଫେଲ ମାରିଛି। ମାତ୍ର ୫୫ ରନ୍‌ରେ ଭାରତୀୟ ଦଳ ହରାଇ ସାରିଛି ରୋହିତ ଶର୍ମା (୨୧), ଲୋକେଶ ରାହୁଲ (୫) ଓ ଅଧିନାୟକ ବିରାଟ କୋହଲି (୨୦)ଙ୍କ ଉଇକେଟ। ଏବେ ସ୍ଥିତି ସମ୍ଭାଳିଛନ୍ତି ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା। ଦୁହେଁ ୪ର୍ଥ ଉଇକେଟ ପାଇଁ ଯୋଡ଼ିଛନ୍ତି ୫୦ ରନ୍‌। ଚତୁର୍ଥ ଦିନ ଟି’ ବ୍ରେକ ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଉଇକେଟ ହରାଇ ୧୦୫ ରନ୍‌ କରିଛି। ମାର୍କ ଉଡ୍‌ ୨ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଭାରତ ୩୬୪ ରନ୍‌ କରିଥିବା ବେଳେ ୩୯୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଘରୋଇ ଇଂଲଣ୍ଡ ଦଳ।

Leave a Reply

Your email address will not be published. Required fields are marked *